ଦେଶରେ ଲମ୍ବା ଲମ୍ପ ମାରିଲା କରୋନା । ୪ ହଜାର ଟପିଛି ଦୈନିକ ସଙ୍କ୍ରମଣ । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୪ ହଜାର ୪୩୫ ନୂଆ ଆକ୍ରାନ୍ତ । କରୋନା ଆଉ ୧୫ ଜଣଙ୍କର ଜୀବନ ନଇଛି । ଗତ କିଛି ଦିନ ହେଲା ଦେଶରେ ଦୈନିକ ସଙ୍କ୍ରମଣ ୩ ହଜାର ଉପରେ ରହୁଥିଲା । ଗତକାଲି ୩୦୩୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ବର୍ତ୍ତମାନ ୫ଟି ରାଜ୍ୟରେ ଦ୍ରୁତ ବେଗରେ ବଢୁଛି ସଙ୍କ୍ରମଣ । କେରଳରୁ ୧୦୨୫, ମହାରାଷ୍ଟ୍ରରୁ ୭୧୧, ଦିଲ୍ଲୀରୁ ୫୨୧, କର୍ଣ୍ଣାଟକରୁ ୩୨୪ ଓ ଗୁଜରାଟରୁ ଚିହ୍ନଟ ହୋଇଛନ୍ତି ୩୨୪ ଆକ୍ରାନ୍ତ । ୨୩ ହଜାର ପାର୍ କରିଛି ଆକ୍ଟିଭ୍ କେସ୍ ।

LEAVE A REPLY

Please enter your comment!
Please enter your name here