ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଆଜି ପୁରୀ ଗସ୍ତରେ ଯାଇ ପୁରୀର ସୌନ୍ଦର୍ଯ୍ୟକରଣ ଓ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଶ୍ରୀମନ୍ଦିର ଚତୁଃପାଶ୍ୱର୍ ହେରିଟେଜ୍ କରିଡର ଅନୁଧ୍ୟାନ ମଧ୍ୟ କରିଛନ୍ତି ନବୀନ ପଟ୍ଟନାୟକ । ପୁରୀ ଗସ୍ତବେଳେ ମୁଖ୍ୟମନ୍ତ୍ରୀଙ୍କୁ କଳା ପତାକା ପ୍ରଦର୍ଶନ କରାଯାଇଥିଲା । ଅଠରନଳା ନିକଟରେ ୧୦ରୁ ଅଧିକ ଯୁବକ କଳା ପତାକା ପ୍ରଦର୍ଶନ କରିଥିଲେ । କଳା ପତାକା ଧରି କାର୍ କେଡ୍ ସାମ୍ନାକୁ ପଶିଆସିଥିଲେ ଯୁବକ । ରାସ୍ତା ଉପରେ ବିକ୍ଷୋଭକାରୀଙ୍କ ସହ ପୋଲିସର ଧସ୍ତାଧସ୍ତି ହୋଇଥିଲା । ବିକ୍ଷୋଭକାରୀଙ୍କୁ କାବୁ କଲା ପରେ ଆଗକୁ ବଢିଥିଲା ମୁଖ୍ୟମନ୍ତ୍ରୀଙ୍କ ଗାଡି । କଳାପତାକା ପ୍ରଦର୍ଶନକାରୀ ଯୁବ କଂଗ୍ରେସ କର୍ମୀ ହୋଇଥିବା ସୁଚନା ମିଳିଛି ।

LEAVE A REPLY

Please enter your comment!
Please enter your name here