ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକରେ ଶୁକ୍ରବାର ୭ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଓଲୋଜିଷ୍ଟ କ୍ୟାଡର ପୁନର୍ଗଠନକୁ କ୍ୟାବିନେଟ୍‌ ମଞ୍ଜୁରୀ ମିଳିଛି। ସେହିଭଳି ସରକାର ଡିଟିସିସିର ୩୬ କୋଟି ଋଣ ପରିଶୋଧ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଡିଟିସିସି ସରକାରଙ୍କ ସହାୟତାରେ ଋଣ ମୁକ୍ତ ହେବ। ଓଡ଼ିଶା ୱେଲଫେୟାର ସର୍ଭିସ କ୍ୟାଡର ପୁନର୍ଗଠନକୁ ମଞ୍ଜୁରୀ ମିଳିଛି। ପ୍ରତି ହଷ୍ଟେଲରେ ଜଣେ ଲେଖାଏଁ ମଙ୍ଗଳ ସଂପ୍ରସାରଣ ଅଧିକାରୀ ଆଦିବାସୀ ହଷ୍ଟେଲରେ ନିଯୁକ୍ତ ହେବେ ।  ଶୁକ୍ରବାର ସଂଧ୍ୟା ୫ଟା ୪୫ମିନିଟରେ ରାଜ୍ୟ ସଚିବାଳୟରେ ଅନୁଷ୍ଠିତ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତା କରିଥିଲେ ।

LEAVE A REPLY

Please enter your comment!
Please enter your name here