ଆଇଏମଡି ଆକଳନ ଅନୁସାରେ, ପୁରୀ ଜିଲ୍ଲାରେ ସ୍ଥଳଭାବ ଛୁଇଁପାରେ ବାତ୍ୟା । ୪ ତାରିଖ ସଂଧ୍ୟାରୁ ୫ ତାରିଖ ସକାଳ ମଧ୍ୟରେ ସ୍ଥଳଭାଗ ଛୁଇଁପାରେ । ସ୍ଥଳଭାଗ ଅଳ୍ପ ଛୁଇଁବା ପରେ ପୁଣି ସମୂଦ୍ରକୁ ଚାଲି ଯାଇପାରେ ବାତ୍ୟା । ଯଦି ଅଧିକ ଦିଗ ବଦଳାଏ ତେବେ ହୁଏତ ସ୍ଥଳଭାଗ ନଛୁଇଁପାରେ । ସ୍ଥଳ ଭାଗ ନଛୁଇଁଲେ ଓଡିଶା ଉପକୂଳ ଦେଇ ଚାଲିଯାଇପାରେ ବାତ୍ୟା । ସ୍ଥଳଭାଗ ନିକଟ ହେଲେ ସର୍ବାଧିକ ୯୦ ରୁ ୧୦୦ କିମି ପବନ ବହିପାରେ । ପୁରୀ, ଗଞ୍ଜାମ, ଜଗତସିଂହପୁର, କେନ୍ଦ୍ରାପଡାରେ ଅଧିକ ପ୍ରଭାବ ରହିବ । ଆଜି ମଧ୍ୟରାତ୍ରରୁ ବର୍ଷା ଆରମ୍ଭ ହେବ । କାଲି ବେଶି ବର୍ଷା ହେବ । ତଳିଆ ଅଞ୍ଚଳ ଓ କଚ୍ଚା ଘରେ ରହୁଥିବା ଲୋକଙ୍କୁ ସ୍ଥାନାନ୍ତର କରାଯିବ । ଗଞ୍ଜାମ, ପୁରୀ , ଚିଲିକା ପାର୍ଶ୍ୱବର୍ତ୍ତୀ ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତର ହେବ । ଜଗତସିଂହପୁର, କେନ୍ଦ୍ରାପଡା, କଟକର ନିଆଳି ଅଞ୍ଚଳରୁ ସ୍ଥାନାନ୍ତର କରାଯିବ । ଆଜି ଅପରାହ୍ନରୁ ସ୍ଥାନାନ୍ତରଣ କାର୍ଯ୍ୟ ଆରମ୍ଭ ହେବ । କାଲି ମଧ୍ୟାହ୍ନରେ ସରିବ । ୨ ଦିନ ପାଇଁ ପିଇବା ପାଣି ସାଇତି ରଖିବାକୁ ପରାମର୍ଶ ଦେଇଛନ୍ତି ଏସଆରସି । ଭୟଭୀତ ହୋଇ ଅଯଥାରେ ଅଧିକ ଜିନିଷ ନକିଣିବାକୁ ପରାମର୍ଶ । କାଲି ଅପରାହ୍ନରୁ ୫ ସକାଳ ପର୍ଯ୍ୟନ୍ତ ବାହାରେ ନବୁଲିବାକୁ ପରାମର୍ଶ । ମତ୍ସ୍ୟଜୀବୀମାନେ ସମୂଦ୍ରରୁ ଫେରି ଆସିଥିବା ସୂଚନା ରହିଛି । ପଞ୍ଚାୟତ ଗୃହ, ସ୍କୁଲ, ଅଙ୍ଗନବାଡି କେନ୍ଦ୍ର ଖୋଲା ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ପ୍ରବଳ ବର୍ଷା ହେଲେ ବି ବନ୍ୟା ଆଶଙ୍କା ନାହିଁ ।

LEAVE A REPLY

Please enter your comment!
Please enter your name here