ସ୍ୱର୍ଣ୍ଣ ପଦକ ରୁ ଏସୀୟ କ୍ରୀଡ଼ାର ତୃତୀୟ ଦିନ ଅଭିଯାନ ଆରମ୍ଭ କରିଛି ଭାରତ । ସୁଟିଂରେ ଦେଶ ପାଇଁ ସ୍ୱର୍ଣ୍ଣ ଆଣି ଦେଇଛନ୍ତି ୧୬ ବର୍ଷୀୟ ସୌରଭ ଚୌଧୁରୀ । ୧୦ମିଟର ଏୟାର ପିସ୍ତଲରେ ସେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ଚଳିତ ଏସୀୟ କ୍ରୀଡାର ସୁଟିଂରେ ଏହା ପ୍ରଥମ ସ୍ୱର୍ଣ୍ଣ । ସେହିପରି ଏହି ବର୍ଗରେ ବ୍ରୋଞ୍ଜ ହାସଲ କରିଛନ୍ତି ଭାରତୀୟ ସୁପର ଅଭିଷେକ ବର୍ମା । ସୌରଭ ମୋଟ ୨୪୦.୭ ସହ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଅଭିଷେକଙ୍କ ସ୍କୋର ରହିଛି ୨୧୯.୩ । ସ୍ୱର୍ଣ୍ଣ ସ୍ଥାନରେ ଜାପାନ ସୁପର ତୋମୋୟୁକି ମାଟସୁଦା ଜିତିଛନ୍ତି ରୌପ୍ୟ ପଦକ । ବର୍ତ୍ତମାନ ସୁଦ୍ଧା ଏସିଆଡରେ ଭାରତ ୩ଟି ସ୍ୱର୍ଣ୍ଣ , ୨ଟି ରୌପ୍ୟ ଓ ୨ଟି ବ୍ରୋଞ୍ଜ ନିଜ ଖାତାକୁ ଆଣିଛି ।

LEAVE A REPLY

Please enter your comment!
Please enter your name here