ପୁଲୱାମା ଆକ୍ରମଣରେ ସହିଦ ହୋଇଥିବା ଯବାନଙ୍କ ମଧ୍ୟରେ ଦୁଇ ଜଣ ଓଡିଆ ରହିଥିବା ସୁଚନା ମିଳିଛି । ଯବାନ ଦୁଇଜଣ ହେଲେ ପ୍ରସନ୍ନ ସାହୁ ଏବଂ ମନୋଜ କୁମାର ବେହେରା । ପ୍ରସନ୍ନ ସାହୁଙ୍କ ଘର ଜଗତସିଂହପୁର ଜିଲ୍ଲା ନୂଆ ଗାଁରେ ହୋଇଥିବାବେଳେ ମନୋଜ ବେହେରାଙ୍କ ଘର କଟକ ଜିଲ୍ଲା ନିଆଳି ରତନପୁରରେ ଜଣାପଡିଛି । ମନୋଜ ୨୦୦୬ରୁ ସିଆରପିଏଫରେ ଯୋଗ ଦେଇଥିଲେ । ଏହାସହ ସେ ୨୦୧୭ରେ ବିବାହ କରିଥିଲେ । ତାଙ୍କର ବର୍ଷକର ଝିଅ ମଧ୍ୟ ଅଛି ।
ସୁଚନାଅନୁସାରେ, ଗତକାଲି ଜମ୍ମୁ-କାଶ୍ମୀର ପୁଲୱାମାରେ ଆତଙ୍କବାଦୀମାନେ ଏକ ନୃଶଂସ କାଣ୍ଡ ଭିଆଇଛନ୍ତି । ସେମାନେ ସିଆରପିଏଫ ବସ ଉପରକୁ ଆକ୍ରମଣ କରିଥିଲେ । ଏପରିକି ବସକୁ ଆଇଇଡି ବିସ୍ଫୋରଣରେ ଉଡାଇଦେଇଥିଲେ । ଫଳରେ ୪୪ଜଣ ଯବାନ ସହିଦ ହେବାସହ ୪୦ରୁ ଅଧିକ ଯବାନ ଆହତ ହୋଇଛନ୍ତି । ଯାହାକୁ ନେଇ ସାରା ଦେଶ ସ୍ତବ୍ଧ ହୋଇଯାଇଛି ।

LEAVE A REPLY

Please enter your comment!
Please enter your name here