ଗତ ପାଞ୍ଚବର୍ଷ ଭିତରେ ଦେଶରେ ଦାରିଦ୍ର୍ୟ ହାର କମିଛି । ନୀତି ଆୟୋଗର ଦ୍ବିତୀୟ ସଂସ୍କରଣ ରିପୋର୍ଟରେ ଏହି ତଥ୍ୟ ପ୍ରକାଶ ପାଇଛି । ଦେଶରେ ସାଢେ ନ କୋଟି ଲୋକ ଦାରିଦ୍ର୍ୟ କବଳରୁ ମୁକ୍ତ ହୋଇଥିବା ବେଳେ ଓଡିଶାରେ 62 ଲକ୍ଷ 62 ହଜାର ଲୋକ ଦାରିଦ୍ର୍ୟ କବଳରୁ ମୁକ୍ତ ହୋଇଛନ୍ତି । ପୂର୍ବ ରିପୋର୍ଟରେ ଓଡିଶା ଦେଶର ନବମ ଗରିବ ରାଜ୍ୟ ଥିବା ବେଳେ ଚଳିତ ସଂସ୍କରଣରେ ଅଷ୍ଟମ ସ୍ଥାନକୁ ଖସିଛି । ଜୀବନ ଧାରଣର ମାନ ସମ୍ବଳିତ 12ଟି ଦିଗ ଆଧାରରେ ନୀତି ଆୟୋଗ ଏହି ତଥ୍ୟ ପ୍ରକାଶ କରିଛି ।
2015-16 ରୁ 2019-20 ଆର୍ଥିକବର୍ଷ ଭିତରେ ରାଜ୍ୟରେ ଦାରିଦ୍ର୍ୟ ହାର 29 ପ୍ରତିଶତରୁ 15 ପ୍ରତିଶତକପ ଖସିଥିବା ଏହି ରିପୋର୍ଟରେ କୁହାଯାଇଛି । ତେବେ ସର୍ବାଧିକ ଦାରିଦ୍ର୍ୟ ମାଲକାନଗିରି ଜିଲ୍ଲାରେ ରହିଛି । ଏବେ ବି ମାଲକାନଗିରିରେ 45 ପ୍ରତିଶତ ଲୋକ ଦାରିଦ୍ର୍ୟତା ମଧ୍ୟରେ ରହିଥିବା ବେଳେ ମୟୁରଭଞ୍ଜରେ 30.57, ନବରଙ୍ଗପୁରରେ 33.54 ପ୍ରତିଶତ ଲୋକ ଗରିବ ହୋଇ ରହିଛନ୍ତି । ପୁରୀ ଜିଲ୍ଲାରେ ସର୍ବନିମ୍ନ 3.29 ପ୍ରତିଶତ ଗରିବୀ ରହିଥିବା ଏହି ରିପୋର୍ଟରେ କୁହାଯାଇଛି । ଦଶ ପ୍ରତିଶତରୁ କମ୍ ଦାରିଦ୍ର୍ୟ ଥିବା ଜିଲ୍ଲାଗୁଡିକ ମଧ୍ୟରେ ଅଛି ପୁରୀ, ଜଗତସିଂହପୁର, ଖୋର୍ଦ୍ଧା, କଟକ, ଗଞ୍ଜାମ, ନୟାଗଡ଼, ଝାରସୁଗୁଡ଼ା, ସୋନପୁର, କେନ୍ଦ୍ରାପଡ଼ା, ବଲାଙ୍ଗୀର ଓ ସମ୍ବଲପୁର ।

LEAVE A REPLY

Please enter your comment!
Please enter your name here