ପୋଲିସକୁ ଡର ନାହିଁ । ରାଜଧାନୀ ଭୁବନେଶ୍ବରର 32 ନମ୍ବର ଓ୍ବାର୍ଡର କର୍ପୋରେଟରଙ୍କ ଭାଇ ଓ ପୁତୁରା ଉପରକୁ ଦୁର୍ବୃତ୍ତମାନେ ଗୁଳିମାଡ କରିଛନ୍ତି । ଗତକାଲି ରାତିରେ ଝାରପଡା ଅଞ୍ଚଳରେ ଏହି ଘଟଣା ଘଟିଛି । ମିଳିଥିବା ସୂଚନା ଅନୁଯାୟୀ 32 ନମ୍ବର ଓ୍ବାର୍ଡର କର୍ପୋରେଟରଙ୍କ ବଡଭାଇ ଶିଖର ଜେନା ଓ ପୁତୁରା ଆଲୋକ ଜେନା ଗୁଳିମାଡରେ ଆହତ ହୋଇଛନ୍ତି ।
କର୍ପୋରେଟର କରିଥିବା ଅଭିଯୋଗ ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ତାଙ୍କ ପୁତୁରା ଘରକୁ ଫେରୁଥିବା ବେଳେ ପ୍ରଜାପତି ମଣ୍ଡପ ନିକଟରେ ପ୍ରଭାତ ମାର୍ଥା ଓ ତାର 10 ପନ୍ଦର ଜଣ ସାଙ୍ଗ ତାକୁ ଅଟକାଇଥିଲେ । ପୁତୁରା ଫୋନ କରି ଜଣାଇବା ପରେ ସେ, ତାଙ୍କ ବଡଭାଇ ସହ ମିଶି ଘଟଣାସ୍ଥଳରେ ପହଞ୍ଚିଥିଲେ । ପୋଲିସକୁ ମଧ୍ୟ ଖବର ଦେଇଥିଲେ । ମାତ୍ର ପୋଲିସ ଉପସ୍ଥିତିରେ ସେମାନେ ପ୍ରଥମେ ଫାଙ୍କା ଗୁଳି ଚଳାଇଥିଲେ । ପୋଲିସ ସେମାନଙ୍କ ପାଖରୁ ବନ୍ଧୁକ ଜବତ କରିବା ପରେ ବି ସେମାନେ କର୍ପୋରେଟରଙ୍କ ଭାଇ ଓ ପୁତୁରା ଉପରକୁ ଗୁଳି ମାଡ କରିଥିଲେ । ଗୁଳି ସେମାନଙ୍କ ଗୋଡରେ ବାଜିଥିଲା । ଏହି ଘଟଣାରେ ପୋଲିସ ଦୁଇଜଣଙ୍କୁ ଅଟକ ରଖିଥିବା ବେଳେ ଆହତଙ୍କୁ ହସପିଟାଲ ପଠାଇଥିଲା । ତେବେ ରାଜନୈତିକ ଆକ୍ରୋଶରୁ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିବା ଜଣାପଡିଛି । ସ୍ଥାନୀୟ ଅଞ୍ଚଳରେ ପୋଲିସ ମୁତୟନ କରାଯାଇଛି ।

LEAVE A REPLY

Please enter your comment!
Please enter your name here