ରାୟଗଡା ମହାବିଦ୍ୟାଳୟର ଛାତ୍ରୀ ପିନିଣ୍ଟି ଲିକିତା । ଚଳିତବର୍ଷ ଯୁକ୍ତ ଦୁଇ ବାଣିଜ୍ୟରେ ବୋର୍ଡ ପରୀକ୍ଷା ଦେଇଥିଲେ । ପରୀକ୍ଷାରେ ସବୁ ବିଷୟରେ ଭଲ କରିଥିଲେ । ହେଲେ ପରୀକ୍ଷା ଫଳ ବାହାରିବା ପରେ ସେ ଫେଲ ହୋଇଥିବା ଜଣାପଡିଛି । ପରୀକ୍ଷା ଦେଇଥିବା ସତ୍ତ୍ୱେ ସେ ଅନୁପସ୍ଥିତ ଥିବା ଦର୍ଶାଇ ତାଙ୍କୁ ଫେଲ କରିଛନ୍ତି ବୋର୍ଡ କର୍ତ୍ତୃପକ୍ଷ । ଓଡିଆ ପରୀକ୍ଷାରେ ଅନୁପସ୍ଥିତ ଥିବା ଦର୍ଶାଇ ସେ ଫେଲ ହୋଇଥିବା ଉଚ୍ଚଶିକ୍ଷା ବୋର୍ଡ ପକ୍ଷରୁ ମିଳିଥିବା ମାର୍କସିଟରେ ଦର୍ଶାଯାଇଛି । ଲିକିତା ସବୁ ପରୀକ୍ଷା ଦେଇଥିବା ଓ ତାଙ୍କ ସ୍ୱାକ୍ଷର ପରୀକ୍ଷା ଉପସ୍ଥାନ ଫର୍ମ, ମେମୋ ଫର୍ମ ସମେତ ସମସ୍ତ କାଗଜ ପତ୍ରରେ ଥିବାବେଳେ ତାଙ୍କୁ ପରୀକ୍ଷା ନଦେବା ଭଳି ଦର୍ଶାଇ ଫେଲ କରିଦିଆଯାଇଥିବା ସେ ଅଭିଯୋଗ କରିଛନ୍ତି । ଏନେଇ ସେ କଲେଜ ପ୍ରିନ୍ସପାଲ ଓ ଭୁବନେଶ୍ୱର ଉଚ୍ଚଶିକ୍ଷା ବୋର୍ଡର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ଏଯାଏଁ ତାଙ୍କ କଥା କେହି ଶୁଣୁନଥିବା କହିଛନ୍ତି ଲିତିକା ।
ବାଇଟ୍
ଭିଓ-୨) ଲିତିକା ପରୀକ୍ଷାରେ ଫେଲ ହୋଇଥିବା ଖବର ପାଇ ଦୁଃଖରେ ଭାଙ୍ଗି ପଡିଛନ୍ତି ପରିବାର । ସମସ୍ତ ବିଷୟରେ ଭଲ ମାର୍କ ରଖିଥିଲେ ମଧ୍ୟ ଓଡିଆରେ ପରୀକ୍ଷା ଦେବାପରେ ଉଚ୍ଚଶିକ୍ଷା ବିଭାଗର ଏଭଳି ଅନ୍ୟାୟ ନିଷ୍ପତ୍ତି ପାଇଁ ମର୍ମାହତ ହୋଇଛନ୍ତି ପରିବାର । ଝିଅର ଏହି ସମସ୍ୟା ପାଇଁ କଲେଜ ପ୍ରିନ୍ସପାଲଙ୍କଠୁ ଆରମ୍ଭ କରି ଉଚ୍ଚ ଶିକ୍ଷା ବିଭାଗର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ କେବଳ ପ୍ରତିଶ୍ରୁତି ଛଡା ଆଉ କିଛି ମିଳୁନାହିଁ । କଲେଜ ପକ୍ଷରୁ ଲିକିତାଙ୍କ ପରୀକ୍ଷାରେ ଉପସ୍ଥିତି ସମ୍ପର୍କିତ ସମସ୍ତ କାଗଜପତ୍ର ବୋର୍ଡ ନିକଟରେ ଦାଖଲ କରାଯିବା ସହ ଲିତିକାଙ୍କ ଫଳାଫଳ ପୁନଃ ପ୍ରକାଶ ପାଇଁ ଅନୁରୋଧ କରାଯାଇଛି ।
ବାଇଟ୍-

LEAVE A REPLY

Please enter your comment!
Please enter your name here