୪୧ ବର୍ଷ ପରେ ଟିମ୍ ଇଣ୍ଡିଆର ଐତିହାସିକ ବିଜୟ । ଅଲିମ୍ପିକ୍ସରେ ଜର୍ମାନୀକୁ ହରାଇ ବ୍ରୋଞ୍ଜ ପଦକ ପାଇଛି ଟିମ୍ ଇଣ୍ଡିଆ । ୧୯୮୦ ପରେ ପ୍ରଥମ ଥର ପାଇଁ ପଦକ ହାସଲ କରିଛି ଭାରତ । ଜର୍ମାନୀକୁ ୫-୪ ରେ ହରାଇ ଭାରତ ବ୍ରୋଞ୍ଜ ପଦକ ହାତେଇଛି । ପ୍ରଥମ କ୍ୱାର୍ଟରରେ ଜର୍ମାନୀ ଗୋଟିଏ ଗୋଲ ଦେଇ ଆଗୁଆ ରହିଥିଲା । ଦ୍ୱିତୀୟ କ୍ୱାର୍ଟରରେ ଟିମ୍ ଇଣ୍ଡିଆ ଜୋରଦାର ପ୍ରତ୍ୟାବର୍ତ୍ତନ କରିଥିଲା । ହରମନପ୍ରୀତ ସିଂ, ହାର୍ଦ୍ଦିକ ସିଂ, ସିମରନ ସିଂ, ରୁପିନ୍ଦର ପାଲଙ୍କ ଗୋଟିଏ ଲେଖାଏଁ ଗୋଲ ଦେଇଥିଲେ । ସେହିପରି ହରଦୀପ ସିଂ ଭାରତ ପାଇଁ ଦୁଇଟି ଗୋଲ ଦେଇଥିଲେ । ବ୍ରୋଞ୍ଜ ବିଜୟୀ ଭାରତ ଟିମ୍ ରେ ଦୁଇ ଜଣ ଓଡିଆ ଖେଳାଳୀ ଥିଲେ । ଓଡିଶାର ଅମିତ ରୋହି ଦାସ, ବୀରେନ୍ଦ୍ର ଲାକ୍ରା ଟୋକିଓରେ ଚତ୍ମକାର ପ୍ରଦର୍ଶନ କରିଥିଲେ । ଭାରତ ବ୍ରୋଞ୍ଜ ପଦକ ଜିତିବା ପରେ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟିଛି । ମୁଖ୍ୟମନ୍ତ୍ରୀ , ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତିଙ୍କ ସମେତ ଅନେକ ନେତା ମନ୍ତ୍ରୀମାନେ ଟିମ ଇଣ୍ଡିଆକୁ ଶୁଭେଚ୍ଛା ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here