ମ୍ୟାଡାମ ଟିକେ ରହିଯାଆନ୍ତୁ । ଆମେ ପୋଲିସ ଅଧିକାରୀ । ଗତକାଲି ଏହି ଅଞ୍ଚଳରେ ସିଲା ନାମକ ଜଣେ ମହିଳାଙ୍କୁ ସୁନା ଅଳଙ୍କାର ପାଇଁ ହତ୍ୟା କରାଯାଇଛି । ଆମେ କାଲିଠୁ ହତ୍ୟାକାଣ୍ଡର ତଦନ୍ତ କରୁଛୁ । ଆପଣ ଆଉ ଅଳଙ୍କାର ପିନ୍ଧି ବାହାରକୁ ଆସିବେନି । ଏହି ଅଞ୍ଚଳରେ ବହୁତ ଚୋରୀ ହେଉଛି । ଆଉ ଏବେ ଯେଉଁ ଅଳଙ୍କାର ପିନ୍ଧିଛନ୍ତି, ସେସବୁ ଖୋଲି ଭ୍ୟାନିଟରେ ରଖିଦିଅନ୍ତୁ । ଜଣେ ପୋଲିସ ପୋଷାକଧାରୀ ବ୍ୟକ୍ତିଙ୍କ ଏମିତି କଥାରେ ଭଳି ଯାଇଥିଲେ ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଜଗନ୍ନାଥପୁର ଡାକ୍ତରଖାନାର ମହିଳା ସ୍ୱାସ୍ଥ୍ୟକର୍ମୀ ସବିତାମଣି ଜେନା । ଆଉ ତା’ ପରେ ପିନ୍ଧିଥିବା ସବୁ ଗହଣାକୁ ଏକାଠି କରି ଭ୍ୟାନିଟରେ ରଖିବାମାତ୍ରେ ଭ୍ୟାନିଟ୍ ନେଇ ଚମ୍ପଟ ମାରିଥିଲେ ପୋଲିସ ପୋଷାକରେ ଆସିଥିବା ଲୁଟେରା । ସବିତା କିଛି ଭାବିବା ପୂର୍ବରୁ ଆଖି ପିଛୁଳାକେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ ଲୁଟେରା । ସୋର କୋର୍ଟ ଛକରୁ ନିଜ ଅଫିସକୁ ସବିତା ଯାଉଥିବାବେଳେ କଳାରଙ୍ଗ ବାଇକରେ ଦୁଇଜଣ ଅଚିହ୍ନା ଯୁବକ ତାଙ୍କୁ ଅଟକାଇ ଏମିତି ଲୁଟ୍ କରିଛନ୍ତି ।

LEAVE A REPLY

Please enter your comment!
Please enter your name here