ପୁଲୱାମା ଆକ୍ରମଣ ପରେ ପାକିସ୍ତାନକୁ ଆର୍ଥିକ ସହାୟତା ବନ୍ଦ କଲା ଆମେରିକା. ବାରମ୍ବାର କହିବା ସତ୍ତ୍ବେ ପାକିସ୍ତାନ ଆତଙ୍କବାଦୀ ସଂଗଠନକୁ ପ୍ରୋତ୍ସାହନ ଦେବା ବନ୍ଦ କରୁ ନଥିବାରୁ ଆମେରିକା ଏଭଳି ପଦକ୍ଷେପ ନେଇଛି. ପୁଲଓ୍ବାମାରେ ଭାରତୀୟ ଯବାନଙ୍କ ଉପରେ ଆକ୍ରମଣକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିନ୍ଦା କରିବା ସହ ପାକିସ୍ତାନ ବିରୋଧରେ ଆର୍ଥିକ ପ୍ରତିବନ୍ଧକ ଲଗାଇବାକୁ ନିଷ୍ପତ୍ତି ନେଇଛନ୍ତି. ଆମେରିକା ବର୍ଷକୁ 1.3 ବିଲିଅନ ଡଲାର ପାକିସ୍ତାନକୁ ଦେଇ ଆସୁଥିବା ବେଳେ ଏବେ ତାହାକୁ ବନ୍ଦ କରାଯାଇଛି ବୋଲି ଟ୍ରମ୍ପ କହିଛନ୍ତି. ପୂର୍ବରୁ ଆମେରିକା ବହୁ ଆର୍ଥିକ ଅନୁଦାନ ପାକିସ୍ତାନକୁ ଦେଇଥିଲେ ମଧ୍ୟ ପ୍ରତିବଦଳରେ ପାକିସ୍ତାନ କିଛି ଦେଇନି ବୋଲି ସେ କହିଛନ୍ତି. କାଶ୍ମୀରକୁ ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ ଲାଗିରହିଥିବା ବିବାଦର ପରିସମାପ୍ତି ଦେଖିବାକୁ ସେ ଚାହାନ୍ତି. ସୀମାନ୍ତରେ ସୃଷ୍ଟି ହୋଇଥିବା ଉତ୍ତେଜନା ପ୍ରଶମିତ ହେବା ଦରକାର. ମାତ୍ର ପାକିସ୍ତାନ ଯେପରି ଆତଙ୍କବାଦୀଙ୍କୁ ପ୍ରୋତ୍ସାହନ ଦେଇ ସୀମାନ୍ତରେ ହିଂସାକାଣ୍ଡ କରୁଛି, ତାହାକୁ କଡା ଭାଷାରେ ନିନ୍ଦା କରିଛନ୍ତି ଟ୍ରମ୍ପ.

LEAVE A REPLY

Please enter your comment!
Please enter your name here