କୋଣାର୍କ ବେଳାମାର୍ଗରେ ମେରାଇନ ଡ୍ରାଇଭ ଇକୋ ରିଟ୍ରିଟ୍ । ଶନିବାର ସଂନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବେଲୁନ ଉଡାଇ ଏହି ମେଘା ଇଭେଣ୍ଟର ଶୁଭାରମ୍ଭ କରିଥିଲେ । ପରେ ପରେ ବ୍ୟାଟେରୀ ଚାଳିତ ଗାଡିରେ ରିଟ୍ରିଟ୍ ଟେଣ୍ଟ ରହଣିସ୍ଥଳ ବୁଲି ଦେଖିଥିଲେ । ଉଦଘାଟନ ଉତ୍ସବରେ ଯୋଗ ଦେଇଥିଲେ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ମନ୍ତ୍ରୀ ସମୀର ରଞ୍ଜନ ଦାସ , ପର୍ଯ୍ୟଟନ ସଚିବ ବିଶାଳ ଦେବ, ପ୍ରମୁଖ ସାଶନ ସଚିବ ସୁରେଶ ମହାପାତ୍ରଓ ପୁରୀ ଜିଲ୍ଲାପାଳ ବଳବନ୍ତ ସିଂ । ପ୍ରଥମ ଦିନରେ ୨୨ଟି ଟେଣ୍ଟ ବୁକିଂ ହୋଇଥିବା ପର୍ଯ୍ୟଟନ ସଚିବ କହିଛନ୍ତି । ମେରାଇନ ଡ୍ରାଇଭ ଇକୋ ରିଟ୍ରିଟ୍ ରେ ପର୍ଯ୍ୟଟକଙ୍କ ପାଇଁ ୫୦ଟି ବିଶାଳପୂୁର୍ଣ୍ଣ ଟେଣ୍ଟ କଟେଜ ନିର୍ମାଣ କରାଯାଇଛି । ସେହିଭଳି ଖାଇବା ପିଇବା, ଖେଳ କସରତ ପାଇଁ ବିଶେଷ ଭାବେ ପର୍ଯ୍ୟାପ୍ତ ସୁବିଧା କରାଯାଇଛି । ସି ଫୁଡ୍,କ୍ରାଫ୍ଟ ଓ ମ୍ୟୁଜିକରେ ଝୁମିବେ ଦର୍ଶକ । ଏଠାରେ ରାତ୍ରୀ ରହଣୀ ସହିତ ବିଚ୍ ମାକେର୍ଟ, ଭିଆଇପି ଗ୍ୟାଲେରୀ, ଦୁସାହସିକ କ୍ରୀଡା ସାଙ୍ଗକୁ ସାଂସ୍କୃତିକ କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ କରାଯାଇଛି । ଭିନ୍ନ ଏକ ରିଟ୍ରିଟ୍କୁ ନେଇ ପର୍ଯ୍ୟଟନ ମଧ୍ୟ ବେଶ୍ ଖୁସି ଅନୁଭବ କରିଛନ୍ତି । ରାତିରେ ଅନୁଷ୍ଠିତ ହୋଇଥିଲା ସାଂସ୍କୃତିକ କାର୍ଯ୍ୟକ୍ରମ । ଯାହାକୁ ଉଭୟ ପର୍ଯ୍ୟଟକ ଓ ଦର୍ଶକ ମନଭରି ଉପଭୋଗ କରିଥିଲେ । ଡିସେମ୍ବର ୧୪ରୁ ଜାନୁଆରୀ ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ ଉତ୍ସବ

LEAVE A REPLY

Please enter your comment!
Please enter your name here