ଯେତେସବୁ ନିୟମ କାନୁନ, ସବୁ ସାଧାରଣ ଲୋକଙ୍କ ପାଇଁ କଡାକଡି । ଯେମିତି ହେଲମେଟ ନ ପିନ୍ଧିଲେ ଫାଇନ, ଗାଡି କାଗଜପତ୍ର ନ ଥିଲେ ଫାଇନ, ଗାଡିର ଫିଟନେସ୍ ସାର୍ଟିଫିକେଟ ନ ଥିଲେ ଫାଇନ । ମାତ୍ର ସରକାରୀ ବିଭାଗରେ ଏସବୁ ନିୟମକାନୁନର ମାନେ କିଛି ନାହିଁ । ଆଉ ଯଦି ପୋଲିସ ବିଭାଗ କଥା ଦେଖିବା, ସେଠି ତ ଆଇନକାନୁନ ବାବୁଙ୍କ ପକେଟରେ । ଚୋର ଧରିବା ସେମାନଙ୍କ କାମ, ସେମାନଙ୍କୁ ପୁଣି ଧରିବ କିଏ । ଆସନ୍ତୁ ଯିବା ବାଲେଶ୍ବର ଜିଲ୍ଲା ସୋରୋ ଅଂଚଳକୁ ।
ଭଲଭାବେ ଏ ଦୃଶ୍ୟ ଦେଖନ୍ତୁ, ପୋଲିସ ଗାଡିକୁ ଠେଲି ଠେଲି ନେଉଛନ୍ତି ଆମ ପୋଲିସ ଭାଇମାନେ । ଆପଣ ଜାଣନ୍ତି ସୋରୋ ଅଂଚଳରେ ଅପରାଧର ମାତ୍ରା କେମିତି ବଢି ବଢି ଚାଲିଛି । ସବୁଦିନ ଲୁଟ୍, ରାହାଜାନି ଭଳି ଅଭିଯୋଗ । ଏମିତି ଅଭିଯୋଗ ଥାନାକୁ ଆସିବା ପରେ ପୋଲିସ ବାବୁମାନେ ଫଟାଫଟ୍ ଗାଡି ଧରି ବାହାରି ପଡିଲେ । ହେଲେ କଣ ହେବ, ଗାଡି ତ ଷ୍ଟାର୍ଟ ହେଲେ ଯାହା କରିବେ ନା । ଗାଡି ଠେଲି ଠେଲି ପୋଲିସ ଭାଇମାନେ ନୟାନ୍ତ । ମାତ୍ର ଗାଡି ଷ୍ଟାର୍ଟ ହେଉନି ।
ଆପଣ ଭାବୁଥିବେ, ଗାଡି ତ ଷ୍ଟାର୍ଟ ହେଉନି, ଏଥିରେ ନିୟମ କାନୁନ କଥା କାହିଁକି ଉଠୁଛି । ନାଇଁ ଆଜ୍ଞା, ଆପଣ ଯେଉଁ ଗାଡି ଦେଖୁଛନ୍ତି, ସେ ଗାଡିର ଫିଟନେସ୍ ସାର୍ଟିଫିକେଟ ଦେଖୁନାହାଁନ୍ତି । ସୋର ଥାନାରେ ଥିବା ଏହି କମାଣ୍ଡର ଗାଡ଼ିଟି ଡ଼ିଜି ପୋଲିସ ହେଡ କ୍ବାଟର୍ସଙ୍କ ନାମରେ ଥିବା ବେଳେ ୧୬ ବର୍ଷର ଏହି ଗାଡ଼ିର ଫିଟନେସ ମଧ୍ୟ ୨୦୧୯ ମେ ୧୦ ତାରିଖରୁ ଶେଷ ହୋଇସାରିଲାଣି । ଅର୍ଥାତ ଫିଟନେସ ନଥିବା ଗାଡିରେ ସୋରୋ ପୋଲିସ ଚୋର ଧରୁଛନ୍ତି । ଶେଷରେ ମେକାନିକ ଡ଼ାକି ଗାଡ଼ି ଷ୍ଟାଟ ପାଇଁ ଉଦ୍ୟମ ମଧ୍ୟ କଲେ , ତଥାପି ଷ୍ଟାଟ ହେଲାନି । ଶେଷରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଦେଖି ଗାଡି ଛାଡି ପଳାଇଲେ ପୋଲିସ କର୍ମଚାରୀ । ଆମ ପ୍ରଶ୍ନ, ଏମିତି ଫିଟନେସ୍ ଗାଡି ଧରି ପୋଲିସ କେତେଦିନ ଚୋର ପଛରେ ଗୋଡାଇବ, ପୋଲିସ ବିଭାଗକୁ ଗାଡି ଦେବା ପାଇଁ ସରକାରଙ୍କ ପାଖରେ ଟଙ୍କା ନାହିଁ ନା ଆଉ କିଛି କାରଣ ଲୁଚି ରହିଛି ଏହା ପଛରେ..

LEAVE A REPLY

Please enter your comment!
Please enter your name here