ନିର୍ଭୟା ଦୋଷୀଙ୍କୁ କେବେ ମିଳିବ ଫାଶୀ । ଏବେ ଏହାକୁ ନେଇ ଜାରି ରହିଛି ସସପେନ୍ସ । କାରଣ ଗତକାଲି ୪ ଦୋଷୀଙ୍କ ମଧ୍ୟରୁ ମୁକେଶ ରାଜକ୍ଷମା ଆବେଦନ କରିଛି । ତେବେ ଏବେ ପୂର୍ବ ନିର୍ଦ୍ଧାରିତ ୨୨ ତାରିଖରେ ଫାଶୀ ହେବ ନା ଏଥିରେ ପୁଣିଥରେ ବିଳମ୍ବ ହେବ ତାକୁ ନେଇ ଦେଖାଦେଇଛି କଳ୍ପନା ଜଳ୍ପନା । ଜାତୀୟ ଗଣମାଧ୍ୟମ ଏବଂ ପିଟିଆଇ ସୂତ୍ରରୁ ଯେଉଁ ଖବର ମିଳୁଛି ସେହି ସୁଚନା ମୁତାବକ ଦିଲ୍ଲୀ ସରକାର ୨୨ ତାରିଖରେ ଫାଶୀ ଦିଆଯିବନି ବୋଲି କହୁଛନ୍ତି । ନିୟମ ଅନୁସାରେ ରାଷ୍ଟ୍ରପତିଙ୍କ ନିଷ୍ପତ୍ତି ପରେ ଦୋଷୀଙ୍କୁ ୧୪ ଦିନର ସମୟ ମିଳିବ । ତେଣୁ ଏବେ ଯଦି ରାଷ୍ଟ୍ରପତି ନିଷ୍ପତ୍ତି ଶୁଣାନ୍ତି ତେବେ ଏନେଇ ୧୪ ଦିନ ମହଲତ ଦୋଷୀଙ୍କ ପାଖରେ ରହିବ । ଆଉ ଏହି ହିସାବରେ ଦୋଷୀଙ୍କୁ ୨୨ରେ ଫାଶୀ ଦିଆଯିବନି ବୋଲି ଏକପ୍ରକାର ସ୍ପଷ୍ଟ ହୋଇଛି । ଗତକାଲି ନିର୍ଭୟା ଗଣଦୁଷ୍କର୍ମ ଏବଂ ହତ୍ୟା ମାମଲାରେ କ୍ୟୁରେଟିଭ ପିଟିସନ ସୁପ୍ରିମକୋର୍ଟ ଖାରଜ କରିଦେଇଥିଲେ । ଏହାପରେ ଫାଶୀ ଏକରକମର ପକ୍କା ହୋଇଥିବାବେଳେ କାଲି ହିଁ ରାଜକ୍ଷମା ପାଇଁ ମୁକେଶ ରାଷ୍ଟ୍ରପତିଙ୍କ ନିକଟରେ ଆବେଦନ କରିଥିଲେ ।

LEAVE A REPLY

Please enter your comment!
Please enter your name here