ନୂଆ ମୋଡ଼ ନେଲା ଜୁନାଗଡ଼ ଗଣଦୁଷ୍କର୍ମ ଘଟଣା । ଗଣମାଧ୍ୟମକୁ ପୀଡ଼ିତା ଦେଲେ ଚାଂଚଲ୍ୟକର ବୟାନ । ଡ଼୍ରାଇଭର ଲଳିନ୍ଦ୍ର ଶବର ମୁଖ୍ୟ ଖଳନାୟକ । ଘଟଣା ଦିନ ଲଳିନ୍ଦ୍ର ଶବର ସହ ବାଇକରେ ଲିପ୍ଟ ନେଇ ଯାଉଥିଲେ ପୀଡ଼ିତା । ରାସ୍ତାରେ ଲଳିନ୍ଦ୍ର ପାଖକୁ ବାରମ୍ବାର ମୋବାଇଲରେ କଲ୍ ଆସୁଥିବା ବେଳେ ଘଟଣା ସ୍ଥଳରେ ଲଳିନ୍ଦ୍ର ଗାଡ଼ି ରଖିଲା । ପରେ ୬ ଯୁବକ ଜଙ୍ଗଲ ମଧ୍ୟକୁ ଉଠାଇ ନେଇ ଦୁଷ୍କର୍ମ କରିଥିଲେ | ପ୍ରଥମେ ଲଳିନ୍ଦ୍ର ହିଁ ମୋତେ ଦୁଷ୍କର୍ମ କରିଥିଲା । ପରେ ପରେ ଆଉ ଜଣେ ଯୁବକ ମୋ ସହ ଦୁଷ୍କର୍ମ କରିଥିଲା । ଲଳିନ୍ଦ୍ର ମୁଖ୍ୟ ଖଳନାୟକ, ତାକୁ କାହିଁକି ଛାଡ଼ି ଦିଆଗଲା ବୋଲି ପ୍ରଶ୍ନ କରିବା ସହ ସମସ୍ତ ଅଭିଯୁକ୍ତଙ୍କୁ ଫାଶୀ ଦିଆଯାଉ ବୋଲି କହିଛନ୍ତି ପୀଡ଼ିତା । ଲଳିନ୍ଦ୍ରଙ୍କୁ ଛାଡ଼ି ଦିଆଗଲେ ମୁଁ ଆତ୍ମହତ୍ୟା କରିବି ବୋଲି କହିଛନ୍ତି ପୀଡ଼ିତ ଯୁବତୀ । ସେପଟେ ଏହି ଘଟଣାକୁ ନେଇ ବିଜେପିର ସମ୍ବାଦିକ ସମ୍ମିଳନୀ ଡ଼କାଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି । ଲେଖାଶ୍ରୀ ସମାନ୍ତସିଂହାର ଡ଼୍ରାଇଭର ଲଳିନ୍ଦ୍ର ଶବରକୁ କାହିଁକି ଛାଡ଼ି ଦିଆଗଲା ବୋଲି ପ୍ରଶ୍ନ କରିଛନ୍ତି । ଲଳିନ୍ଦ୍ର ଶବର ଜଣେ ବିଜେଡ଼ି ନେତାଙ୍କ ବସ୍ ଡ଼୍ରାଇଭର । ବସ୍ ଟି କଳାହାଣ୍ଡି ଜିଲ୍ଲା ବିଜେଡ଼ି କାର୍ଯ୍ୟକାରୀ ସଭାପତି ପ୍ରବୋଧ ରଥଙ୍କର । ବିଜେଡ଼ି ନେତାଙ୍କ ଡ଼୍ରାଇଭର ହୋଇଥିବାରୁ ଲଳିନ୍ଦ୍ରଙ୍କୁ ଛାଡ଼ି ଦିଆଗଲା ବୋଲି କହିବା ସହ ଲଳିନ୍ଦ୍ରଙ୍କୁ ଛାଡ଼ିବାରେ ଗୃହ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବଡ଼ ଭୂମିକା ରହିଛି । ଏହି ଗଣଦୁଷ୍କର୍ମ ମାମଲାରେ ଦିବ୍ୟଶଙ୍କର କଣ ପାଇଁ ଆଗୁୂଆ ମୁଣ୍ଡ ପୁରାଇଲେ ବୋଲି ପ୍ରଶ୍ନ କରି ଘେରିଛନ୍ତି ଲେଖାଶ୍ରୀ ସମାନ୍ତସିଂହାର ।

LEAVE A REPLY

Please enter your comment!
Please enter your name here