ପ୍ରକାଶ ପାଇଛି ଓଜେଇଇ ପରୀକ୍ଷାଫଳ । ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରୀତିରଂଜନ ଘଡେଇ ପରୀକ୍ଷାଫଳ ପୁସ୍ତିକା ଉନ୍ମୋଚନ କରିଛନ୍ତି । ପରୀକ୍ଷାରେ ସଫଳତା ହାସଲ କରିଥିବା ଛାତ୍ରଛାତ୍ରୀ ବିଭିନ୍ନ ବୈଷୟିକ ପାଠ୍ୟକ୍ରମ ପାଇଁ ଆଡମିସନ କରିପାରିବେ । 48 ହଜାର 815 ଜଣ ପରୀକ୍ଷାର୍ଥୀ ଓଜେଇଇ ପରୀକ୍ଷା ଦେଇଥିବା ବେଳେ ସେମାନଙ୍କ ମଧ୍ୟରୁ 48 ହଜାର 783 ଜଣ ରାଙ୍କ ପାଇଛନ୍ତି । 23 ଟି ବିଭାଗର ଟପ୍ପର ତାଲିକା ମଧ୍ୟ ପ୍ରକାଶ ପାଇଛି ।
ବି-ଫାର୍ମରେ ସୌରଭ କୁମାର ପତି ଟପ୍ପର ହୋଇଥିବା ବେଳେ ଏମବିଏରେ ସତ୍ୟଜିତ ସାହୁ, ଏମସିଏରେ ଅପୂର୍ବ ନାୟକ, ସିଭିଲ ଇଂଜିନିୟରିଂରେ ସୁବାସ ପୃଷ୍ଟି, ଇଲେକ୍ଟ୍ରିକାଲରେ ସତ୍ୟଜିତ ମହାନ୍ତି ଟପ୍ପର ହୋଇଛନ୍ତି । ମେକାନିକାଲ ଇଂଜିନିୟରିଂରେ ସୁମିତ ପରିଡା, କେମିକାଲ ଇଂଜିନିୟିଂରେ ସଂଗ୍ରାମ ପାତ୍ର ଟପ୍ପର ହୋଇଛନ୍ତି ।