ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆସନ୍ତା ୨୪ ଘଣ୍ଟା ଭିତରେ ଏକ ଘୂର୍ଣ୍ଣିବଳୟ କ୍ଷେତ୍ର ସୃଷ୍ଟି ହେବା ପାଇଁ ଯାଉଛି । ଆସନ୍ତା କାଲି ଏହା ଲଘୁଚାପର ରୂପ ନେଇପାରେ । ଏହାର ପ୍ରଭାବରେ ଆଜିଠାରୁ ୧୦ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହୁଛି । ବିଶେଷକରି ଦକ୍ଷିଣ ଓଡିଶା ଓ ଉପକୁଳ ଓଡିଶାର ଜିଲ୍ଲା ଗୁଡିକରେ ପ୍ରବଳ ବର୍ଷା ହୋଇପାରେ । ଆଜି ଗଞ୍ଜାମ, ଗଜପତି, କନ୍ଧମାଳ , ରାୟଗଡା, କୋରାପୁଟ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ୫ ଜିଲ୍ଲା ବ୍ୟତିତ ଉପକୁଳ ଓଡିଶା ଉତ୍ତର ଓଡିଶା, ଆଭ୍ୟନ୍ତରୀଣ ଓଡିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବାରୁ ସତର୍କ କରାଇଛି ପାଣିପାଗ ବିଭାଗ । ସେହିପରି ଆସନ୍ତାକାଲି ପାଇଁ ଗଜପତି, ଗଞ୍ଜାମ, ପୁରୀ, କୋରାପୁଟ, ରାୟଗଡା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ମାଲକାନଗିରି, କଳାହାଣ୍ଡି, ନୟାଗଡ, କନ୍ଧମାଳ, କଟକ, କେନ୍ଦ୍ରାପଡା, ଜଗତସିଂହପୁର, ଖୋର୍ଦ୍ଧା ଜିଲ୍ଲାରେ ମଧ୍ୟ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ୯ ତାରିଖରେ ରାଜ୍ୟର ପ୍ରାୟ ଅଧିକାଂଶ ଜିଲ୍ଲାରେ ବର୍ଷା ହେବା ନେଇ ଆକଳନ କରିଛି ପାଣିପାଗ ବିଭାଗ । ତେବେ ୧୦ ତାରିଖରେ ବର୍ଷାର ପରିମାଣ ଉପକୂଳ ଓଡିଶାରେ କମିବ ।

LEAVE A REPLY

Please enter your comment!
Please enter your name here