ଆଜି ପ୍ରକାଶ ପାଇଛି ମାଟ୍ରିକ ପରୀକ୍ଷା ଫଳ । ଉତ୍ତୀର୍ଣ୍ଣ ହାର 96.7 ପ୍ରତିଶତ ରହିଛି । ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ପରୀକ୍ଷା ଫଳ ପ୍ରକାଶ କରାଯାଇଛି । ଚଳିତବର୍ଷ ପରୀକ୍ଷା ଦେଇଥିବା ମୋଟ 5 ଲକ୍ଷ 41 ହଜାର 61 ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ 5 ଲକ୍ଷ 30 ହଜାର 153 ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି । ତେବେ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଛାତ୍ରୀଙ୍କ ସଂଖ୍ୟା ଅଧିକ ରହିଛି । 96.73 ପ୍ରତିଶତ ଝିଅ ଉତ୍ତୀର୍ଣ୍ଣ ହୋଇଥିବା ବେଳେ 95.39 ପ୍ରତିଶତ ପୁଅ ଉତ୍ତୀର୍ଣ୍ଣ ହୋଇଛନ୍ତି । ସେହିପରି ଜିଲ୍ଲାଓ୍ବାରୀ ପରୀକ୍ଷା ଫଳରେ ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ଛାତ୍ରଛାତ୍ରୀ 97.98 ପ୍ରତିଶତ ଉତ୍ତୀର୍ଣ୍ଣ ହୋଇଛନ୍ତି । ନୂଆପଡା ଜିଲ୍ଲାରେ ସର୍ବନିମ୍ନ 93.91 ପ୍ରତିଶତ ଉତ୍ତୀର୍ଣ୍ଣ ହୋଇଛନ୍ତି ।
ଯେଉଁ ପରୀକ୍ଷାର୍ଥୀମାନେ ଖାତା ରିଚେକିଂ କରିବାକୁ ଚାହିଁବେ, ସେମାନେ ଆସନ୍ତା 29 ତାରିଖରୁ ଜୁନ 12 ତାରିଖ ମଧ୍ୟରେ ଅନଲାଇନରେ ଆବେଦନ କରି ପାରିବେ । ସେହିପରି ଅନଲାଇନରେ ଅଥବା ହ୍ବାଟ୍ସଆପ ଜରିଆରେ ପରୀକ୍ଷାର୍ଥୀମାନେ ଡିଜିଟାଲାଇଜ୍ଡ ସାର୍ଟିଫିକେଟ ଡାଉନଲୋଡ କରିପାରିବେ । ପରୀକ୍ଷାର୍ଥୀଙ୍କ ମନରେ କୌଣସି ଦ୍ବନ୍ଦ୍ବ ଥିଲେ ସେମାନେ ବୋର୍ଡ କଣ୍ଟ୍ରୋଲରୁମ ସହ 9938415511/9827674630/9437228187/8763446292 ଯୋଗାଯୋଗ କରିପାରିବେ ।

LEAVE A REPLY

Please enter your comment!
Please enter your name here