ଗୁଜରାଟର ଗାନ୍ଧିଧାମରୁ ପୁରୀ ଆସୁଥିବା ଗାନ୍ଧିଧାମ-ପୁରୀ ସାପ୍ତାହିକ ସୁପରଫାଷ୍ଟ ଏକ୍ସପ୍ରେସରେ ଆଜି ଅଗ୍ନିକାଣ୍ଡ ଘଟିଛି । ମହାରାଷ୍ଟ୍ରର ନନ୍ଦୁରବାର ଠାରେ ଟ୍ରେନର ପାଣ୍ଟ୍ରିକାରରେ ପ୍ରଥମେ ନିଆଣ ଲାଗିଯାଇଥିଲା । ଦିନ 10.30ରେ ଏହି ଦୁର୍ଘଟଣା ଘଟିଥିଲେ ହେଁ ତତ୍କାଳ ଟ୍ରେନ କର୍ମଚାରୀମାନେ ନିଆଁକୁ ଆୟତ୍ତ କରିନେଇଥିବା ଜଣାପଡିଛି । ନିଆଁ ଲାଗିବା ଯୋଗୁ କେହି ମୃତାହତ ହୋଇନାହାଁନ୍ତି ।
ତେବେ ପାଣ୍ଟ୍ରିକାରରେ ନିଆଁ ଲାଗିବା ଯୋଗୁ ଟ୍ରେନର ଅନେକ ବଗି ଭିତରକୁ ଧୁଆଁ ପଶିବା ଫଳରେ ଯାତ୍ରୀଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଥିଲା । ଯାତ୍ରୀମାନେ ଏଣେତେଣେ ଦଉଡିବାକୁ ଲାଗିଥିଲେ । ୱେଷ୍ଟର୍ଣ୍ଣ ରେଳବାଇର ମୁଖ୍ୟ ମୁଖପାତ୍ର ସୁମିତ ଠାକୁର ଦେଇଥିବା ସୂଚନା ଅନୁଯାୟୀ, ନନ୍ଦୁରବାର ଷ୍ଟେସନ ଛାଡ଼ିବାର କିଛି ସମୟ ପରେ ପ୍ୟାଣ୍ଟ୍ରୀ କାର୍‌ରେ ନିଆଁ ଲାଗି ଯାଇଥିବା ଜଣାପଡ଼ିଥିଲା । ସ୍ଥାନୀୟ ଅଗ୍ନିଶନ କର୍ମଚାରୀ ଓ ଟ୍ରେନ ଅଧିକାରୀମାନେ ପହଞ୍ଚି ନିଆଁକୁ ଆୟତ୍ତ କରିନେଇଥିଲେ । ଏସି ବଗିରେ ଧୁଆଁ ପଶିବା ଯୋଗୁ ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଟ୍ରେନଟି ପ୍ରାୟ ଦୁଇଘଣ୍ଟା ଅଟକି ରହିବା ପରେ ସ୍ଥିତି ସ୍ବାଭାବିକ ହୋଇଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here