ନିର୍ବାଚନ ପାଖେଇ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ଫସି ଫସି ଯାଉଛନ୍ତି ମାହାଙ୍ଗା ନେତା ପ୍ରତାପ ଜେନା । ବିଜେପି ନେତା କୁଳମଣି ବରାଳ ଓ ତାଙ୍କ ସଂପର୍କୀୟ ଦିବ୍ୟସିଂହ ବରାଳଙ୍କ ହତ୍ୟାକାଣ୍ଡ ମାମଲାରେ ମୁଖ୍ୟ ଷଡଯନ୍ତ୍ରକାରୀ ଭାବେ ବିଜେଡି ବିଧାୟକ ପ୍ରତାପ ଜେନାଙ୍କ ବିରୋଧରେ ମାମଲା ଚାଲୁ ରଖିବାକୁ ସାଲେପୁର ଜେଏମଏଫସି ନିର୍ଦ୍ଦେଶ ଦେବା ପରେ ପ୍ରତାପଙ୍କ ଅଡୁଆ ବଢି ଯାଇଛି । ପ୍ରତାପଙ୍କ ବିରୋଧରେ ହତ୍ୟା, ହତ୍ୟା ଷଡଯନ୍ତ୍ର ଓ ଧମକ ଦଫା ଲଗାଇ ମାମଲା ଚାଲୁ ରଖିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । କୋର୍ଟ କହିଛନ୍ତି, ଅଭିଯୋଗକାରୀ ଓ ସାକ୍ଷୀମାନଙ୍କ ବୟାନ ଏବଂ ବିଭିନ୍ନ ପ୍ରାମାଣିକ ତଥ୍ୟ ଆଧାରରେ ବିଧାୟକ ଜେନାଙ୍କ ବିରୋଧରେ ଆପାତଯୋଗ୍ୟ ପ୍ରମାଣ ରହିଛି । ଯେହେତୁ ପ୍ରତାପ ଜେନା ବିଧାୟକ ଅଛନ୍ତି, ତେଣୁ ଏହି ମାମଲା ଭୁବନେଶ୍ବର ସ୍ପେସାଲ କୋର୍ଟକୁ ସ୍ଥାନାନ୍ତର କରାଯାଇଛି ।
2021 ଜାନୁଆରୀ 2 ତାରିଖରେ ଏଙି ଡବଲ ମର୍ଡର ଘଟଣା ଘଟିଥିଲା । ମୃତକଙ୍କ ପରିବାର ଲୋକେ ସିଧାସଳଖ ଏତଲାରେ ତତକାଳୀନ ମନ୍ତ୍ରୀ ପ୍ରତାପ ଜେନାଙ୍କ ସମେତ 13 ଜଣଙ୍କ ନାଁ ଉଲ୍ଲେଖ କରିଥିଲେ ହେଁ ପୋଲିସ ଚାର୍ଜସିଟ୍ ଦାଖଲ କଲାବେଳେ ପ୍ରତାପଙ୍କ ନାଁ କାଟି ଦେଇଥିଲା । ପୋଲିସ ପ୍ରତାପ ଜେନାଙ୍କୁ କ୍ଲିନଚିଟ୍ ଦେବା ଘଟଣାକୁ ନେଇ ମୃତକଙ୍କ ପରିବାର ହାଇକୋର୍ଟରେ ମାମଲା ଦାୟର କରିଥିଲେ । ଶେଷରେ ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ସାଲେପୁର ଜେଏମଏଫସି ସାକ୍ଷମାନଙ୍କ ବୟାନ ଓ ପ୍ରାମାଣିକ ତଥ୍ୟ ଆଧାରରେ ବିଧାୟକ ଜେନାଙ୍କ ବିରୋଧରେ 302 ଦଫା ଲଗାଇ ମାମଲା ଚାଲୁ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ପ୍ରତାପ ଜେନାଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ ହେବା ପରେ ବିଜେଡି ମାହାଙ୍ଗା ନିର୍ବାଚନମଣ୍ଡଳି ପାଇଁ ଆଉ ଜଣଙ୍କୁ ପ୍ରାର୍ଥୀ କରିବାକୁ ବିଚାର କରୁଛି । ଦୁଇ ବିଧାୟକଙ୍କୁ ଦଳରୁ ବାହାର କରିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତାପ ଜେନାଙ୍କୁ ବିରୋଧରେ କଠୋର ପଦକ୍ଷେପ ନେବେ ବୋଲି କୁହାଯାଉଛି ।

LEAVE A REPLY

Please enter your comment!
Please enter your name here