ଏଣିକି ଗୋଟିଏ ମିସ୍‌ଡ କଲରେ ଏଲପିଜି ରିଫିଲିଂ ବୁକିଂ ହେଉ ଅବା ପଞ୍ଜିକରଣ ହୋଇପାରିବ । ଭୁବନେଶ୍ୱରରେ ନୂଆ ସେବାର ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ୂମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ୮୪୫୪୯୫୫୫୫୫ ଏହି ନମ୍ବରକୁ ମିସଡ କଲ କଲେ ସେବା ଉପଲବ୍ଧ ହୋଇପାରିବ । ନୂଆ ଗ୍ୟାସ ସଂଯୋଗ ମଧ୍ୟ ମଳିପାରିବ । ମିସ୍‌ଡ କଲ କଲେ ମୋବାଇଲରେ ଗୋଟିଏ ଲିଙ୍କ୍ ଆସିବ । ଲିଙ୍କରେ ଥିବା ଫର୍ମ ପୂରଣ କରି ଆବଶ୍ୟକ ଡକ୍ୟୁମେଣ୍ଟ ଦେବାକୁ ହେବ । ନିକଟସ୍ଥ ଡିଷ୍ଟ୍ରିବ୍ୟୁଟରଙ୍କୁ ଡକ୍ୟୁମେଣ୍ଟ ଦେଲେ ମିଳିଯିବ ନୂଆ ସଂଯୋଗ ।

LEAVE A REPLY

Please enter your comment!
Please enter your name here