ନୂଆବର୍ଷରେ ଦେଶର ଚାଷୀଙ୍କୁ ପିଏମ କିଷାନ ଯୋଜନାର ଦଶମ କିସ୍ତି ପ୍ରଦାନ କରାଯାଇଛି । ଚାଷୀଙ୍କୁ ନୂଆବର୍ଷ ଭେଟିଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭିଡିଓ କନଫରେନ୍ସିଂ ଜରିଆରେ କଥା ହୋଇ ଏହି ରାଶି ପ୍ରଦାନ କରିଛନ୍ତି ପ୍ରଧାନମନ୍ତ୍ରୀ । ପ୍ରାୟ ୧୦ କୋଟି ଚାଷୀଙ୍କ ଖାତାକୁ ଯାଇଛି ୨୦ ହଜାର କୋଟି ଟଙ୍କା । ୨୦୨୧-୨୨ ଆର୍ଥିକ ବର୍ଷରେ ହିତାଧିକାରୀଙ୍କୁ ମିଳିଛି ୬୫ ହଜାର ୮ ଶହ କୋଟି ଟଙ୍କା । ପ୍ରତିବର୍ଷ ହିତାଧିକାରୀଙ୍କୁ ୬ ହଜାର ଟଙ୍କା ଲେଖାଏଁ ପ୍ରଦାନ କରନ୍ତି କେନ୍ଦ୍ର ସରକାର । ଏକାଥରେ ପ୍ରଦାନ କରାଯାଏ ନାହିଁ । ୨ ହଜାର ଟଙ୍କା ଲେଖାଏଁ ତିନୋଟି କିସ୍ତିରେ ଦିଆଯାଏ ଏହି ୬ ହଜାର ଟଙ୍କା । ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ଯାଏ ଏହି ଟଙ୍କା । ଏହି ଯୋଜନାରେ ଚାଷୀଙ୍କୁ ଏପର୍ଯ୍ୟନ୍ତ ୧ ଲକ୍ଷ ୬୦ ହଜାର କୋଟି ଟଙ୍କା ପ୍ରଦାନ କରାଗଲାଣି ।

LEAVE A REPLY

Please enter your comment!
Please enter your name here