ଓଡ଼ିଶା ଆଦର୍ଶ ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ସୌମ୍ୟରଞ୍ଜନ ଖେତିଙ୍କ ନାମରେ ଆସିଛି ଅଭିଯୋଗ । କୋଟିପତି ହେବାକୁ ‘ଟିନ୍ ପତି’ ପ୍ଲାଟ୍ ଫର୍ମରେ ସରକାରୀ ଅର୍ଥ ବିନିଯୋଗ କରିଥିଲେ ପ୍ରଧାନଶିକ୍ଷକ । ଭିଜିଲାନ୍ସର ଜେରା ବେଳେ ସୌମ୍ୟରଞ୍ଜନ ଖେତି ବୟାନ ଦେଇଛନ୍ତି । ସରକାରୀ ପାଣ୍ଠିକୁ ସେ ଅନଲାଇନ ବେଟିଂ ଆପରେ ନିବେଶ କରିଥିଲେ । ଟିନ୍ ପତି ଆପ୍‌ରେ ଅନଲାଇନ୍‌ ବେଟିଂ ପାଇଁ ୧୧ ଲକ୍ଷ ଟଙ୍କା ସରକାରୀ ଅର୍ଥ ଲଗାଇଛନ୍ତି । ସୌମ୍ୟରଞ୍ଜନ ଖେତି ୨୯ ସେପ୍ଟେମ୍ବର ୨୦୨୧ରେ ବିନିକା ଆଦର୍ଶ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକଭାବେ ଦାୟିତ୍ୱ ଗ୍ରହଣ କରିଥିଲେ । ସେ ତାଙ୍କର କାର୍ଯ୍ୟକାଳ ମଧ୍ୟରେ ନିଜ କ୍ଷମତାର ଅପବ୍ୟବହାର କରି ସରକାରୀ ପାଣ୍ଠିର ଅପବ୍ୟବହାର କରିଥିବା ଜଣାପଡ଼ିଛି । ୨୦୨୧-୨୨ ରୁ ୨୦୨୪-୨୫ ଆର୍ଥିକ ବର୍ଷ ମଧ୍ୟରେ ଏମଡିଏମ୍ , ମୋ ସ୍କୁଲ ଅଭିଯାନ ଏବଂ ବାଳିକା ଛାତ୍ରାବାସ ପାଣ୍ଠିକୁ ଆସିଥିବା ୫୫ ଲକ୍ଷ ୨ ହଜାର ୬୧୦ ଟଙ୍କା ହଡ଼ପ କରିଥିବା ଜଣାପଡ଼ିଛି । ସମ୍ବଲପୁର ଭିଜିଲାନ୍ସ କାର୍ଯ୍ୟାଳୟ ପକ୍ଷରୁ ତଦନ୍ତ କରାଯିବା ପରେ ଅଭିଯୋଗ ସତ୍ୟ ପ୍ରମାଣିତ ହୋଇଥିଲା । ଭିଜିଲାନ୍ସ ତାଙ୍କୁ ଗିରଫ କରିଛି । ସେଥିମଧ୍ୟରୁ ୧୧ ଲକ୍ଷ ଟଙ୍କା ବେଟିଂ ଆପରେ ଲଗାଇଛନ୍ତି । ଭିଜିଲାନ୍ସ ବିଭାଗ ଏବେ ମଧ୍ଯ ଜେରା ଜାରି ରଖିଛି ।

LEAVE A REPLY

Please enter your comment!
Please enter your name here