ଲଗାତର ଦୁଇ ଦିନ ହେଲା ଧାରଣାରେ ବସିଛନ୍ତି ୨୦୦ ଭାରତୀୟ ଅଲମ୍ପିଆନ । ଯୌନ ନିର୍ଯାତନାର ଅଭିଯୋଗ ଆଣି ଗତ ଦୁଇ ଦିନ ହେବ ଧାରାଣାରେ ବସିଛନ୍ତି ଅଲମ୍ପିଆନ୍ । ଦିଲ୍ଲୀ ଜନ୍ତରମନ୍ତରରେ ଏହି ଧାରଣା ଦେଇଛନ୍ତି ଅଲମ୍ପିଆନ୍ ରେସଲର ।

ରେସଲର ଫେଡେରେସନ ଅଫ ଇଣ୍ଡିଆ ସଭାପତି ତଥା ବିଜେପି ସାଂସଦ ବ୍ରିଜ୍ ଭୂଷଣ ଚରଣ ସିଂଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଛନ୍ତି 28 ବର୍ଷିୟା ରେସଲର୍ ବିନେଶ ଫଗତ । କେବଳ ଫେଡେରେସନ ସଭାପତି ନୁହଁନ୍ତି, ଟ୍ରେନରମାନେ ମଧ୍ୟ ରେସଲରଙ୍କୁ ଯୌନ ନିର୍ଯାତନା ଦେଉଥିବା ସେ କହିଛନ୍ତି । ବିନେଶ ଫଗତଙ୍କୁ ସମର୍ଥନ କରି ଦିଲ୍ଲୀ ଜନ୍ତର ମନ୍ତର ଠାରେ ଧାରଣାରେ ବସିଛନ୍ତି ବହୁ ରେସଲର । ରେସଲରମାନଙ୍କ ଧାରଣା ଯୋଗୁ ଲକ୍ଷ୍ନୌରେ ହେବାକୁ ଥିବା ନ୍ୟାସନାଲ ରେସଲିଂ ଚାମ୍ପିୟନସିପ୍‌କୁ ବାତିଲ କରାଯାଇଥିବା ସୂଚନା ମିଳିଛି । ଦେଶର ବିଭିନ୍ନ ସ୍ଥାନରୁ ଆସିଥିବା ଖେଳାଳୀଙ୍କୁ ଘରକୁ ଯିବାକୁ କୁହାଯାଇଛି । ବିନେଶ ଫଗତ କହିଛନ୍ତି, ସେ କେବେ ବି ନିର୍ଯାତନାର ଶୀକାର ହୋଇନାହାଁନ୍ତି । ମାତ୍ର ଅନେକ ଝିଅ ଏଭଳି ନିର୍ଯାତନାର ଶୀକାର ହେଉଥିବା ସେ ଜାଣିଛନ୍ତି । ମାତ୍ର ପ୍ରଭାବଶାଳୀ ନେତାଙ୍କ ବିରୋଧରେ ଅଭିଯୋଗ ଆଣିବାକୁ ସାହସ କରିପାରି ନାହାଁନ୍ତି । ବିନେଶ ଫଗତଙ୍କ ଅଭିଯୋଗ ସତ୍ୟ ନହେଁ ବୋଲି କହିଛନ୍ତି ବ୍ରିଜଭୂଷଣ ।

LEAVE A REPLY

Please enter your comment!
Please enter your name here