ଧୂମଧାମରେ ପାଳନ ହୋଇଛି ସୁର ଭାଇଙ୍କ ୭୬ତମ ଜନ୍ମଦିନ । ମୁଣ୍ଡରେ ମୁକୁôଟ ପିନ୍ଧି ରାଜାବେଶରେ ବସିଥିଲେ ସୁରଭାଇ । ସୁର ଭାଇ ନାଁରେ ପରିଚିତ ଲୋକପ୍ରିୟ ରାଜନେତା ତଥା ଜଟଣୀର କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟଙ୍କ ଜନ୍ମଦିନକୁ ଜୟନ୍ତୀ କମିଟି ତରଫରୁ ଖୁବ ଆଡମ୍ବର ସହକାରେ ପାଳନ କରାଯାଇଛି । ସୁରଭାଇଙ୍କ ଦୀର୍ଘ ନିରାମୟ ଜୀବନ କାମନା କରି ସକାଳୁ ଲିଙ୍ଗରାଜ ମନ୍ଦିରରେ ପୂଜାର୍ଚ୍ଚନା କରାଯାଇଥିଲା । ପରେ ଭୁବନେଶ୍ୱର ମ୍ୟ୍ୁନିସପାଲ ହସପିଟାଲ ଓ ଜଟଣୀସ୍ଥିତ ଡାକ୍ତରଖାନାରେ ରୋଗୀମାନଙ୍କୁ ଫଳ ଓ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା । ସୁରଭାଇଙ୍କ ପାଇଁ ତାଙ୍କର ବହୁ ସମର୍ଥକ ଓ ପ୍ରଶଂସକ ରକ୍ତଦାନ କରିଥିଲେ । ସେହିପରି ଇନ୍ଧିରାଗାନ୍ଧି ଆୟୁୟ ବିଗ୍ୟାନ ଡାକ୍ତରଖାନା ପରିସରରେ ଜୟନ୍ତୀ କମିଟି ତରଫରୁ ବୃକ୍ଷରୋପଣ କରାଯାଇଥିଲା । ମାଉସୀମା ମନ୍ଦିର ପ୍ରାଙ୍ଗଣରେ ଆୟୋଜିତ ସୁରଭାଇଙ୍କ ଜୟନ୍ତୀତ୍ସୋବ ବି ଥିଲା ଖୁବ ଆକର୍ଷଣୀୟ । ରାଜା ବେଶରେ ବସିଥିଲେ ସୁରଭାଇ । ଦଳମତ ନିର୍ବିଶେଷରେ ସବୁନେତା ସୁରଭାଇଙ୍କୁ ଜନ୍ମଦିନ ଅଭିନନ୍ଦନ ଜଣାଇଥିଲେ । ସୁରଭାଇ ବି ତାଙ୍କ ନିଜ ଚିରାଚରିତ ଠାଣିରେ ପ୍ରଶଂସକଙ୍କ ଆଗରେ ଡାଇଲଗ ମାରୁଥିଲେ । ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ସରକାରରେ ମନ୍ତ୍ରୀ ଥିବା ସୁର ଭାଇ ନିଜ ଡାଇଲଗ ପାଇଁ ଓଡିଶାରେ ଖୁବ ଲୋକପ୍ରିୟ ।

LEAVE A REPLY

Please enter your comment!
Please enter your name here