ପ୍ରେମରେ ଅନ୍ଧ ହୋଇ ନିଜ ପୁଅକୁ ପ୍ରେମିକା ସହ ମିଶି ହତ୍ୟା କଲା ମା । ଏଭଳି ଅଭାବନୀୟ ଘଟଣା ଘଟିଛି ରାୟଗଡା ସହରରେ । ଆଉ ଏହି ଘଟଣାରେ ଟାଉନ ଥାନା ପୋଲିସ ପ୍ରେମୀ ଯୁଗଳଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଭୁବନେଶ୍ୱର ସ୍ଥିତ ନିଳାଦ୍ରୀବିହାର ଅଞ୍ଚଳରେ ନିଜ ସ୍ୱାମୀଙ୍କ ସହ ରହୁଥିବା ମୀନା ଦାସ ଅଭିଯୁକ୍ତ ସମ୍ପର୍କୀୟ ପାର୍ଥ ସାରଥୀଙ୍କ ସହ ଦୀର୍ଘ ବର୍ଷ ହେବ ପ୍ରେମ ସମ୍ପର୍କ ରହିଆସିଥିଲା । ତେବେ ଗତ ୨୪ ତାରିଖ ଦିନ ମୀନା ଦାସ ନିଜ ସ୍ୱାମୀଙ୍କୁ ଛାଡି ପ୍ରେମିକଙ୍କ ପାଖରୁ ରାୟଗଡା ଆସିଥିଲା । ତେବେ ସାଙ୍ଗରେ ପୁଅକୁ ଆଣିଥିବାରୁ ପ୍ରେମିକ ପାର୍ଥ ସାରଥି ରାଗିଯିବା ସହ ଦୁଇ ଜଣଙ୍କ ମଧ୍ୟରେ ଝଗଡା ହୋଇଥିଲା । ତେବେ ପାର୍ଥ ସାରଥି ଅତ୍ୟଧିକ ରାଗି ପୁଅ ଉପରେ ଆକ୍ରମଣ କରିବାରୁ ୨ ବର୍ଷର ପୁଅ ମୃତ୍ୟୁବରଣ କରିଥିଲା । ଶବ ବ୍ୟବଚ୍ଛେଦ ରିପୋର୍ଟରେ ପୁଅର ଶରୀରର କ୍ଷତ ଚିହ୍ନ ରହିଥିଲା । ତେବେ ଏହି ଘଟଣାକୁ ନେଇ ପୋଲିସ ନିଜ ଆଡୁ ତଦନ୍ତ କରିବା ସହ ମା ମୀନା ଦାସ ଓ ପାର୍ଥସାରଥୀ ଧଳକୁ ଅଟକ ରଖି ପଚରାଉଚରା କରିଥିବାବେଳେ ହତ୍ୟା କରିବା ଘଟଣାକୁ ପୁଲିସ ଆଗରେ ଦୁହେଁ ସ୍ୱିକାର କରିଥିଲେ ।

LEAVE A REPLY

Please enter your comment!
Please enter your name here