ଉତରପ୍ରଦେଶର ଶାମିଲ ସହରରେ ମଙ୍ଗଳବାର ରାତିରେ ଘଟିଛି ଅମାନବୀୟ କାଣ୍ଡ । ଜଣେ ସାମ୍ବାଦିକ ଗୋଟେ ମାଲବାହୀ ଟ୍ରେନ୍ ର ଲାଇନଚୁ୍ୟତ ହେବା ପରେ ତାର ଖବର ସଂଗ୍ରହ ପାଇଁ ଯାଇଥିଲେ । ସେଠାରେ ସାଧା ପୋଷାକରେ ଥିବା ଜିଆରପି ଇନ୍ସପେକ୍ଟର ରାକେଶ କୁମାର ଏବଂ ତାଙ୍କ ସହକର୍ମୀ ପୋଲିସ ମାନେ ସାମ୍ବାଦିକଙ୍କୁ ମାଡ ମାରିଥିଲେ । ସାମ୍ବାଦିକଙ୍କୁ ମାଡ ପରେ ପୋଲିସ ତାଙ୍କୁ ଜେଲ୍ କୁ ନେଇ ହାଜତ୍ରେ ରଖି ପୁଣି ମାଡ ମାରିଥିଲେ । ଏପରିକି ଜଣେ ପୋଲିସ ସାମ୍ବାଦିକଙ୍କ ମୁହଁରେ ପରିସ୍ରା କରିଥିବା ସାମ୍ବାଦିକ ଜଣକ ଅଭିଯୋଗ କରିଛନ୍ତି । ସାମ୍ବାଦିକଙ୍କୁ ପୋଲିସ ମାଡ ମାରୁଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ମୋରଦାବାଦ ଏସପି ସୁବାସ ଚନ୍ଦ୍ର ଦୁବେ ଅଭିଯୁକ୍ତ ଜିଆରପି ଇନ୍ସପେକ୍ଟର ରାକେଶ କୁମାର ଏବଂ କନେଷ୍ଟେବଳ ସଞ୍ଜୟ ପାୱାରଙ୍କୁ ନିଲମ୍ବନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here