ଦୁଇ ଦିନିଆ ଓଡିଶା ଗସ୍ତରେ ଆସିଥିବା ମହାମହିମ ରାଷ୍ଟ୍ରପତି ଶ୍ରୀମତି ଦ୍ରୌପଦୀ ମୁର୍ମୁ କଟକ ବିଦ୍ୟାଧରପୁରସ୍ଥିତ ନ୍ୟାସନାଲ ରାଇସ୍ ରିସର୍ଚ ଇନଷ୍ଟିଚ୍ୟୁଟରେ ଆୟୋଜିତ ଦ୍ୱିତୀୟ ଇଣ୍ଡିଆନ ରାଇସ୍ କଂଗ୍ରେସରେ ଯୋଗଦେଇ ନିଜ ଅଭିଭାଷଣ ରଖିଥିଲେ । ନିଜ ଅଭିଭାଷଣରେ ଶ୍ରୀମତି ମୁର୍ମୁୁ କହିଛନ୍ତି ଯେ, ଚାଉଳ ଜୀବନର ଶସ୍ୟ । ଯୁବ ବୈଜ୍ଞାନିକ ଏବଂ ମହିଳା ବୈଜ୍ଞାନିକଙ୍କୁ ଦେଖି ବହୁତ ଖୁସି ଅନୁଭବ କରିଥିଲେ ମୁର୍ମୁ । ଖାଦ୍ୟ ସୁରକ୍ଷାରେ ଚାଉଳର ଭୂମିକା କଣ ସମସ୍ତଙ୍କୁ ଜଣା । ଚାଉଳ ଉତ୍ପାଦନ ଆମ ଅର୍ଥନୀତିକୁ ସମୃଦ୍ଧ କରିଛି । ବିଭିନ୍ନ ପୂଜା ପାର୍ବଣରେ ଧାନର ଭୂମିକା ଅନସ୍ୱୀକାର୍ଯ୍ୟ । ସର୍ବାଧିକ ଚାଉଳ ରପ୍ତାନୀ କରି ଭାରତ ଅନେକ ଦେଶକୁ ଖାଦ୍ୟ ଦେଉଛି । ଜଳବାୟୁ ପରିବର୍ତ୍ତନ ଧାନ ଉତ୍ପାଦନରେ ବାଧା ସୃଷ୍ଟି କରୁଛି । ପାକୃତିକ ବିପର୍ଯ୍ୟୟ ଧାନ ଚାଷ ପାଇଁ ବାଧକ ସାଜିଛି । ଏଭଳି କ୍ଷେତ୍ରରେ କୃଷି ବୈଗ୍ୟାନିକଙ୍କର ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି ରାଷ୍ଟ୍ରପତି ଦ୍ରୌପୀ ମୁର୍ମୁୁ । ଅତ୍ୟଧିକ ସାର ବ୍ୟବହାର ମାଟିର ମାନ ନଷ୍ଟ କରୁଛି ।

LEAVE A REPLY

Please enter your comment!
Please enter your name here