ପ୍ରେମ ଏମିତି ଏକ ଶଦ୍ଦ । ଯାହା ବର୍ଣ୍ଣନା କଲେ କମ ହୋଇଯିବ । ପ୍ରେମ ସବୁବେଳେ ପବିତ୍ର , ସାସ୍ୱତ । କେତେବେଳେ କାହାକୁ କାହା ସହ ପ୍ରେମ ହୋଇଯାଏ ଆକଳନ କରିବା ମୁସ୍କିଲ ।ଆପଣ ଅନେକ ପ୍ରେମ କାହାଣୀ ଶୁଣିଥିବେ । ହେଲେ ଆମେ ଆଜି ଯାହା ଦେଖାଇବୁ ଏହା ଆପଣଙ୍କୁ ଅଶ୍ଚର୍ଯ୍ୟ କରିଦେବ । କେବଳ ପ୍ରେମ ପାଇଁ ଓ ନିଜ ପ୍ରେମିକାକୁ ପତ୍ନୀର ମାନ୍ୟତା ଦେବା ପାଇଁ ଜଣେ ଯୁବତୀ ଅପରେସନ କରି ଯୁବକ ବନି ଯାଇଛନ୍ତି । ମାଲକାନଗିରି ଜିଲ୍ଲାରୁ ଆସିଛି ଏମିତି ନିଆରା ପ୍ରେମ କାହାଣୀ ଓ ସମର୍ପଣର ଦୃଶ୍ୟ । ଜଣେ ବିଟେକ ଛାତ୍ରୀ ଆଉ ଜଣେ ଯୁବତୀଙ୍କ ପ୍ରେମରେ ପଡିଯାଇଥିଲେ । ଉଭୟଙ୍କ ଭିତରେ ପ୍ରାୟ ୨ରୁ ୩ ବର୍ଷ ଧରି ପ୍ରେମ ସମ୍ପର୍କ ବି ରହିଆସିଥିଲା । ହେଲେ ସାମାଜିକ ଓ ଶାରୀରୀକ ସମ୍ପର୍କ ତାଙ୍କ ପ୍ରେମରେ ପ୍ରତିବନ୍ଧକ ଭାବେ ସାମ୍ନାକୁ ଆସୁଥିଲା । କିନ୍ତୁ ଏଥିରେ ହାର ନମାନି ଆଧୁନିକ ଡାକ୍ତରୀ ବିଗ୍ୟାନର ସାହାରା ନେଇଥିଲେ ଯୁବତୀ । ଆଉ ନିଜ ପ୍ରେମିକାକୁ ପାଇବା ପାଇଁ ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ଲିଙ୍ଗ ପରିବର୍ତ୍ତନର ଅସ୍ତ୍ରପଚାର କଲେ । ୩ ଜୁଲାଇ ୨୦୧୯ରେ ଯୁବତୀଙ୍କ ଲିଙ୍ଗ ପରିବର୍ତ୍ତନ କରାଯାଇ ତାଙ୍କୁ ଯୁବକ କରିଦିଆଗଲା । ଏହାସହ ୧୦ ଜୁଲାଇ ୨୦୧୯ରେ ଡାକ୍ତର ତାଙ୍କୁ ଯୁବକର ପରିଚୟ ବି ଦେଲେ । ଆଉ ଶେଷରେ ସବୁ ପ୍ରତିବନ୍ଧକକୁ ସାମ୍ନା କରି ଝିଅରୁ ପୁଅ ବନିଗଲେ ମାଲକାନଗିରିର ଏହି ଯୁବତୀ । ଆଉ କିଛି ଦିନ ତଳେ ସେ ନିଜ ପ୍ରେମିକାଙ୍କୁ ବିବାହ କରିଛନ୍ତି । ସବୁଠାରୁ ବଡ କଥା ହେଉଛି ପ୍ରେମୀକା ପାଇଁ ଯୁବତୀ ଲିଙ୍ଗ ପରିବର୍ତ୍ତନ କରିବା ଠାରୁ ଆରମ୍ଭ କରି ଉଭୟଙ୍କ ବିବାହ ପର୍ଯ୍ୟନ୍ତ ସବୁଥିରେ ପରିବାର ଲୋକଙ୍କର ସମର୍ଥନ ବି ରହିଥିଲା । ତେବେ ଏହି ଘଟଣା ଏବେ ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି

LEAVE A REPLY

Please enter your comment!
Please enter your name here