ମାଳକାନଗିରିିର ସ୍ୱାଭିମାନ ଅଞ୍ଚଳରେ ପ୍ରଜାମେଳି । ମୌଳିକ ସୁବିଧା ମିଳୁନଥିବା ପ୍ରତିବାଦରେ ଚିତ୍ରକୋଣ୍ଡାର ଚାରୋଟି ପଞ୍ଚାୟତର ଶତାଧିକ ଲୋକେ ଏକାଠି ହୋଇ ପ୍ରତିବାଦ କରିଛନ୍ତି । ଏହାସହ ମୁଦୁଲିଗୁଡାରେ ନୂତନ ପଞ୍ଚାୟତ ପ୍ରତିଷ୍ଠା ,ଦାବି କରିଛନ୍ତି ଲୋକେ । ଏସବୁ ଦାବୀ ନେଇ ବାରମ୍ବାର ଆନ୍ଦୋଳନ ପରେ ବି ପ୍ରଶାସନ ଶୁଣୁନଥିବା ଅଭିଯୋଗ କରି ପୁଣି ଏକାଠି ହୋଇଛନ୍ତି ସ୍ୱାଭିମାନ ଅଞ୍ଚଳ ବାସିନ୍ଦା । ଖଜୁରିପଡା ଗାଁରେ ଏହି ବିଶାଳ ପ୍ରଜାମେଳି ହୋଇଛି । ଗତ ଜୁନ୍ ୨୮ ତାରିଖରେ ଏଭଳି ଏକ ଆନ୍ଦୋଳନ କରି ଲୋକେ ମୁଦୁଲିଗୁଡାରେ ନୂତନ ପଞ୍ଚାୟତ ପ୍ରତିଷ୍ଠା ପାଇଁ ଦାବି କରିଥିଲେ । ସେତେବେଳେ ପ୍ରଶାସନ ଦାବି ପୂରଣ ନେଇ ପ୍ରତିଶ୍ରୁତି ଦେଇଥିଲା । ଘଟଣାକୁ ୪ମାସ ବିତିଯାଇଥିଲେ ବି ଏଯାଏଁ ଦାବି ପୂରଣ ହୋଇନଥିବାରୁ ପୁଣି ଏକାଠି ହୋଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଚାରୋଟି ପଞ୍ଚାୟତର ଶତାଧିକ ଲୋକ । ମାଓବାଦୀଙ୍କ ନାଲି ଆଖିକୁ ଖାତିର ନକରି ନିଜ ଅଞ୍ଚଳର ବିକାଶ ପାଇଁ ସ୍ୱର ଉଠାଇଛନ୍ତି ସ୍ୱାଭିମାନ ଅଞ୍ଚଳବାସୀ । ଦାଳବୀ ପୂରଣ ନହେଲେ ଆନ୍ଦୋଳନ ଜୋରଦାର କରିବା ସହ ଆଗାମୀ ଦିନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯିବ ଓ ଆବଶ୍ୟକ ପଡିଲେ ରାଜଧାନୀରେ ଆନ୍ଦୋଳନ କରିବେ ବୋଲି ସେମାନେ ଚେତାବନୀ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here