ଓଟିଭି ବିରୋଧରେ ପୁଣି ଏକ ସାଂଘାତିକ ଅଭିଯୋଗ । ଅଭିଯୋଗ ଆଣିଛନ୍ତି ଖୋର୍ଦ୍ଧା ଜିଲ୍ଲା ସାରୁଅ ଅଂଚଳର ତିନୋଟି ଗାଁର ଲୋକେ । ସାରୁଅ, ଜୟମଙ୍ଗଳ ଓ ଗୌଡପୁଟ ଗାଁର ଲୋକେ ଅଭିଯୋଗ କରିଛନ୍ତି, ସେମାନଙ୍କ ଜମିକୁ ଚାଷ କରିବାକୁ ଛାଡୁ ନାହାଁନ୍ତି ଓଟିଭି କର୍ତ୍ତୃପକ୍ଷ । ସେମାନଙ୍କ ଜମିକୁ ଓଟିଭି କର୍ତ୍ତୃପକ୍ଷ ରାସ୍ତା ଛାଡୁ ନଥିବା ବେଳେ ଜମି ବିକିବା ପାଇଁ ଓଟିଭି ନେଟଓାର୍କର ଗୁଣ୍ଡାମାନେ ଧମକ ଚମକ ଦେଉଛନ୍ତି । ଏପରିକି ଓଟିଭି ଏମଡି ଜାଜ୍ଞି ମଙ୍ଗତ ପଣ୍ଡାଙ୍କ ବାପା ଜମି ବିକିବାକୁ ଚାଷୀମାନଙ୍କୁ ଧମକଚମକ ଦେଉଥିବା ଅଭିଯୋଗ କରିଛନ୍ତି ଗାଁ ଲୋକେ । ଅନେକ ଚାଷ ମଧ୍ୟ ଗୁଣ୍ଡାଙ୍କ ଭୟରେ ଶାଗମାଛ ଦରରେ ଜମି ବିକିଥିବା କହିଛନ୍ତି । ଏସଂପର୍କରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଅଭିଯୋଗ କରିବା ସହ ଓଟିଭି କର୍ତ୍ତୃପକ୍ଷଙ୍କ ଦାଦାଗିରିରୁ ସୁରକ୍ଷା ଦେବାକୁ ଦାବି କରିଛନ୍ତି । ନଚେତ ସେମାନେ ଅତ୍ମହତ୍ୟା କରିବାକୁ ବାଧ୍ୟ ହେବେ ବୋଲି କହିଛନ୍ତି ।

LEAVE A REPLY

Please enter your comment!
Please enter your name here