ବିଶ୍ବପ୍ରସିଦ୍ଧ ପୁରୀରେ ହେବ ବିମାନ ବନ୍ଦର । ଏଥିପାଇଁ ପୂର୍ବରୁ ରାଜ୍ୟ ସରକାର ଜମି ଚିହ୍ନଟ କରି କେନ୍ଦ୍ର ସରକାରଙ୍କୁ ଜଣାଇବା ପରେ ଆଜି ଏୟାରପୋର୍ଟ ଅଥରିଟି ଅଫ୍‌ ଇଣ୍ଡିଆର ଏକ ସ୍ୱତନ୍ତ୍ର ଟିମ୍‌ ପୁରୀ ଆସି ଅନୁଧ୍ଶ୍ରୀୟାନ କରିଛନ୍ତି । ପୁରୀ-ବ୍ରହ୍ମଗିରି ରାସ୍ତାର ଗିରଳ ଓ ପୁରୀ କୋଣାର୍କ ମେରାଇନ୍‌ ଡ୍ରାଇଭ ରାସ୍ତାରେ ଦୁଇଟି ସ୍ଥାନ ବୁଲି ଦେଖିଛନ୍ତି ଏହି ଟିମ୍ । ଚିହ୍ନଟ ହୋଇଥିବା ଜମି ଏୟାରପୋର୍ଟ ପାଇଁ କେତେଦୂର ଉପଯୁକ୍ତ ହେବ କି ନାହିଁ , ଏହି ଟିମ୍ ରିପୋର୍ଟ ଦେବ । ଜମି ଅନୁଧ୍ୟାନ ସମୟରେ ପୁରୀ ଜିଲ୍ଲାପାଳ, ଉପଜିଲ୍ଲାପାଳ ଓ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

ପୁରୀକୁ ପ୍ରତିଦିନ ବିଶ୍ବର ବିଭିନ୍ନ ସ୍ଥାନରେ ପର୍ଯ୍ୟଟକ ଆସୁଥିବାରୁ ବିଶ୍ବ ସହ ପୁରୀକୁ ସିଧାସଳଖ ସଂଯୋଗ କରିବା ପାଇଁ ପୁରୀରେ ଏକ ବିମାନ ବନ୍ଦର ପ୍ରତିଷ୍ଠା କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ ।

LEAVE A REPLY

Please enter your comment!
Please enter your name here