ଶ୍ରୀମନ୍ଦିର ସାମ୍ନାକୁ ନିଜର ଗାଡି ନେଇ ଫାଇନ୍ ଗଣିଛନ୍ତି ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ । ବୁଧବାର ଦିନ ଦ୍ୱିପହରରେ ଶ୍ରୀନ୍ଦିର ସାମ୍ନାରେ ଲାଗିଥିଲା ଏକ କାର୍ । କାରକୁ ଦେଖି ସ୍ଥାନୀୟ ଲୋକେ ହୋ ହାଲ୍ଲା କରିଥିଲେ । ପୋଲିସ ଛାଉଣୀ ମଧ୍ୟରେ ଗାଡିଟି ଶ୍ରୀମନ୍ଦିର ସାମ୍ନାକୁ କେମିତି ଆସିଲା ଏବଂ କେମିତି ପାର୍କିଂ କରାଗଲା ବୋଲି ସାଧାରଣରେ ଏବେ ପ୍ରଶ୍ନ ଉଠିଛି । ଏବଂ ସ୍ଥାନୀୟ ଲୋକେ ଏହାର ଏକ ଭିଡିଓ କରି ସୋସିଆଲ ମିଡିଆରେ ଭାଇରାଲ କରିଥିଲେ । ପରେ ଗାଡି ନମ୍ବରରୁ ଜଣାପଡିଥିଲା କି ଗାଡିଟି ବିଜେଡି ବିଧାୟକ ବ୍ୟୋମକେଶ ରାୟଙ୍କର । ସେ ଜଗନ୍ନାଥଙ୍କ ଦର୍ଶନ ପାଇଁ ଆସିଥିଲେ । ଏବହ ଗାଡିକୁ ପାର୍କିଂ କରି ଜଗନ୍ନାଥଙ୍କ ଦର୍ଶନ ମଧ୍ୟ କରିଥିଲେ । ଘଟଣା ଭାଇରାଲ ହେବା ପରେ ବିଧାୟକ ଫାଇନ୍ ଦେଇଛନ୍ତି । ୨ ହଜାର ଟଙ୍କା ଦେଇଛନ୍ତି ବିଧାୟକ ବ୍ୟୋମକେଶ । ତେବେ କିଛିଦିନ ତଳେ ଶ୍ରୀମନ୍ଦିର ଐତିହ୍ୟ ସୁରକ୍ଷା କରିଡର ନିର୍ମାଣ ପାଇଁ ଶ୍ରୀନହରଠାରୁ ବଳରାମ ଲଜ୍ ଓ ଶ୍ରୀମନ୍ଦିର କାର‌୍ୟ୍ୟାଳୟଠାରୁ ଉତ୍ତରଦ୍ୱାର ପର‌୍ୟ୍ୟନ୍ତ ନୋ ପାର୍କିଂ ଓ ନୋ ଭେଣ୍ଡିଂ ଜୋନ ଘୋଷଣା କରାଯାଇଥିଲା ।ଏଥିପାଇଁ ସ୍ୱତନ୍ତ୍ର ମାର୍ଗଦର୍ଶିକା ଜାରି କରିଥିଲା ପୁରୀ ପୌର ସଂସ୍ଥା । ଏମିତିକି ମରଚିକୋଟ୍ ଛକରୁ ଶ୍ରୀମନ୍ଦିର ଆଡକୁ ଭିଆଇପିଙ୍କ ଗାଡି ପ୍ରବେଶ ଉପରେ ଲାଗିଥିଲା କଟକଣା ।
ସୂଚନାଯୋଗ୍ୟ, ଗତକାଲି ତାଙ୍କ ଗାଡି (ନମ୍ବର ଙଊ ୨୨ଘ ୦୦୦୧) ସିଧାସଳଖ ଶ୍ରୀମନ୍ଦିର ସମ୍ମୁଖକୁ ଚାଲିଯାଇଥିଲା । ତେବେ ଏହି ଅଞ୍ଚଳକୁ ଗାଡି ପୂରାଇଲେ ପୁରୀବାସୀଙ୍କଠାରୁ ଫାଇନ ଆଦାୟ କରାଯାଉଥିଲେ ମଧ୍ୟ ବିଧାୟକଙ୍କଠାରୁ କାହିଁକି ଫାଇନ ଆଦାୟ ନ ହେବ ଏନେଇ ଦାବି କରି ସୋସିଆଲ ମିଡିଆରେ ଭାଇରାଲ କରିଥିଲେ ଯୁବ କଂଗ୍ରେସ ସଦସ୍ୟ ସ୍ୱାଧିନ ପଣ୍ଡା । ତେବେ ବିରୋଧ ପରେ ବିଜେଡି ବିଧାୟକ ତଥା ହେବିଓ୍ବେଟ ନେତା ବ୍ୟୋମକେଶ ରାୟଙ୍କ ଉପରେ ଇ-ଚାଲାଣ କାଟିବାକୁ ବାଧ୍ୟ ହୋଇଛି ପୁରୀ ପୁଲିସ ।

LEAVE A REPLY

Please enter your comment!
Please enter your name here