ଆଜିଠୁ ଆରମ୍ଭ ଉତ୍କଳର ପ୍ରାଚୀନ ନୌବାଣିଜ ପରମ୍ପରା ସ୍ମୃତି, ଐତିହ୍ୟ ଓ ପରମ୍ପରାର ପ୍ରତୀକ ବାଲିଯାତ୍ରା | ଆଜି ଠାରୁ ଆରମ୍ଭ ହୋଇ ଦୀର୍ଘ ୮ଦିନ ଧରି ଚାଲିବ ବାଲିଯାତ୍ରା | ମହାନଦୀର ପଠାରେ ଚାଲିବ ଏହି ଉତ୍ସବ | ଚଳିତ ବର୍ଷର ଏହି ଐତିହାସଲିକ ବାଲିଯାତ୍ରାକୁ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି | ଏଥର ପ୍ରାୟ ୧୫ଶହ ଷ୍ଟଲ ପଡିଛି | ବାଲିଯାତ୍ରାକୁ ଏଥର ରାଜ୍ୟସ୍ତରୀୟ ମେଳାର ମାନ୍ୟତା ମିଳିଥିବାରୁ ଏ ବର୍ଷ ଯାତ୍ରା ଆୟୋଜନକୁ ଅଧିକ ସରସ ସୁନ୍ଦର କରିବାକୁ ଲାଗି ପଡ଼ିଛି କଟକ ଜିଲ୍ଲା ପ୍ରଶାସନ | ବାଲିଯାତ୍ରା ପାଇଁ କମିଶନରେଟ ପୁଲିସ୍ ପକ୍ଷରୁ ଯାନବାହନ ଉପରେ କଟକଣା କରାଯାଇଛି | କମିଶନରେଟ ପୁଲିସ୍ ପକ୍ଷରୁ ୧୦ଟି ପାର୍କିଂ ସ୍ଥାନ ଯଥା ଭୁଆସୁଣୀ ପଡ଼ିଆ, ଆନନ୍ଦଭବନ ପଡ଼ିଆ, ଦୟାଶ୍ରମ ପଡ଼ିଆ, ମୁଣ୍ଡାସାହି ପଡ଼ିଆ, କାର୍ତ୍ତିକେଶ୍ୱର ରାଡାର ବାମପଟ ପଡ଼ିଆ ଓ ପଶ୍ଚିମପଟ ପଡ଼ିଆ, ମୁଣ୍ଡାସାହି ବାମପଟ ପଡ଼ିଆ, ପଶ୍ଚିମପଟ ଓ ଉତ୍ତାରପଟ ପଡ଼ିଆ, ଗୋରା କବର ପଡ଼ିଆ ଓ ବୋସ ଇଞ୍ଜିନିୟରିଂ ପଡ଼ିଆରେ ପାର୍କିଂ ସ୍ଥାନ ଘୋଷଣା ହୋଇଛି | ପ୍ରଥମ ଦିନରେ ବିଶିଷ୍ଟ ଗାୟିକା ସୋନା ମହାପାତ୍ର ଓ ରୁତୁରାଜ ମହାନ୍ତିଙ୍କ କାର୍ଯ୍ୟକ୍ରମ ରହିଛି |

LEAVE A REPLY

Please enter your comment!
Please enter your name here