ମୁଖ୍ୟ ଶାସନ ସଚିବ ଭାବରେ ସୋମବାର ଦାୟିତ୍ୱ ଗ୍ରହଣ କରିଛନ୍ତି ଆଇଏଏସ୍‌ ଅସିତ ତ୍ରିପାଠୀ । ସେ ପୂର୍ବତନ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି । ନିର୍ଦ୍ଧାରିତ ସମୟ ମଧ୍ୟରେ ସମସ୍ତ କାର୍ଯ୍ୟ ଶେଷ କରିବା ଉପରେ ଦାୟିତ୍ୱ ନେବା ପରେ ତ୍ରିପାଠୀ ଗୁରୁତ୍ୱ ଦେଇଛନ୍ତି । ଦାୟିତ୍ୱ ଗ୍ରହଣ କରିବା ପରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧନ କରି କହିଛନ୍ତି ଯେ, ସମୟ ନଷ୍ଟ ନ କରି କଠିନ ଟିମ୍‌ ୱାର୍କ କଲେ ଠିକ୍‌ ସମୟରେ ସରକାରୀ ଯୋଜନା ହିତାଧିକାରୀଙ୍କ ନିକଟରେ ପହଞ୍ଚିବ ବୋଲି ସେ କହିଛନ୍ତି । ଲୋକଙ୍କ ଫାଇଲ୍‌ ଯେମିତି ଅଟକି ନ ରହି ରକେଟ୍‌ ବେଗରେ ଯିବ ସେଥିପ୍ରତି ଧ୍ୟାନ ଦେବେ ବୋଲି ସେ କହିଛନ୍ତି । ୧୯୮୬ ବ୍ୟାଚ୍ ଆଇଏଏସ୍ ଅଫିସର ଅସିତ ତ୍ରିପାଠୀଙ୍କୁ ଏହା ପୂର୍ବରୁ ଉନ୍ନୟନ କମିଶନର ଥିଲେ । ଆଦିତ୍ୟ ପ୍ରସାଦ ପାଢ଼ୀ ନିର୍ବାଚନ ଆୟୋଗଭାବେ ନିଯୁକ୍ତି ପାଇବା ପରେ ଅସିତଙ୍କୁ ଏହି ନୂତନ ଦାୟିତ୍ୱ ମିଳିଛି ।

LEAVE A REPLY

Please enter your comment!
Please enter your name here