ମଙ୍ଗଳବାର ହୀରାକୁଦ ଜଳ ଭଣ୍ଡାରରେ ୨୫ଟି ଗେଟ ଖୋଲାଯିବା ପରେ ଏବେ ନଈ କୂଳିଆ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି । ହୀରାକୁଦ ଜଳଭଣ୍ଡାରରୁ ଛଡାଯାଇଥିବା ପାଣି ଏବେ ସୁବର୍ଣ୍ଣପୁର ଜିଲ୍ଲା ଦେଇ ପ୍ରଭାବିତ ହେଉଛି । ଏହାସହ ଧିରେ ଧିରେ ମହାନଦୀ ଫୁଲିବାରେ ଲାଗିଛି । ବରଗଡରେ ବିଜେପୁର ସେତୁ ଉପରେ ବନ୍ୟାଜଳ ପ୍ରବାହିତ ହେଉଛି । ଫଳରେ ସୋନପୁରରୁ ବିଜେପୁର ଦେଇ ବୀରମହାରାଜପୁରକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ତେବେ ବନ୍ୟା ପରିସ୍ଥିତିକୁ ନଜରରେ ରଖି ପ୍ରଶାସନ ସଜାଗ ରହିଛି । ୩୦ ତାରିଖ ସକାଳ ସୁଦ୍ଧା ମୁଣ୍ଡୁଳିରେ ୮ଲକ୍ଷ ଘନଫୁଟ ଜଳ ପ୍ରବାହିତ  ହେବ ବୋଲି ସ୍ୱତନ୍ତ୍ର ରିଲିଫ କମିଶନର ବିଷ୍ଣୁ ପ୍ରସାଦ ସେଠୀ  କହିଛନ୍ତି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ମହାନଦୀ ଅବବାହିକାରେ ଥିବା ସମ୍ବଲପୁର , ଅନୁଗୋଳ , ବୌଦ୍ଧ , ସୁବର୍ଣ୍ଣପୁର , ନୟାଗଡ , କଟକ , କେନ୍ଦ୍ରାପଡା, ଜଗତସିଂହପୁର, ଯାଜପୁର, ଖୋର୍ଦ୍ଧା , ପୁରୀ ଆଦି ୧୧ ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ରହିବା ପାଇଁ ନିଦେ୍ର୍ଦଶ ଦେଇଛନ୍ତି । ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ସମସ୍ତ ଆରଡିସି , ଆଇଜି, ଅଗ୍ନିଶମ ବିଭାଗ , ଓଡ୍ରାଫ ଓ ଏନଡିଆରଏଫର ୩ ବାଟାଲିୟନକୁ ମଧ୍ୟ ସତର୍କ ରହିବାକୁ ନିଦେ୍ର୍ଦଶ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here