ଲାଲକିଲ୍ଲୀରେ ତ୍ରିରଙ୍ଗା ଉତ୍ତୋଳନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଣିପୁର ସହ ସମଗ୍ର ଦେଶ ରହିଛି ଏବଂ ମଣିପୁରକୁ ଶାନ୍ତି ଫେରି ଆସୁଛି ବୋଲି କହିଛନ୍ତି । ଆଜି ପ୍ରଧାନମନ୍ତ୍ରୀଙ୍କ ଲାଲକିଲ୍ଲା ଅଭିଭାଷଣ ମଣିପୁର ପ୍ରସଙ୍ଗରୁ ହିଁ ଆରମ୍ଭ ହୋଇଥିଲା । ଗତ କିଛିଦିନ ଧରି ମଣିପୁର ପ୍ରସଙ୍ଗରେ ବିରୋଧୀ ସରକାରଙ୍କୁ କଟାକ୍ଷ କରି ଆଶୁଥିଲେ । ତେବେ ଆଜି ଜାତୀୟ ପତାକା ଉତ୍ତୋଳନ କରି ପ୍ରଧାନମନ୍ତ୍ରୀ କହିଛନ୍ତି ମଣିପୁରରେ ଶାନ୍ତି ଫେରାଇ ଆମିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଭାବେ କାର୍ଯ୍ୟ କରୁଛନ୍ତି । ଧୀରେ ଧୀରେ ଶାନ୍ତି ଫେରୁଛି ଏବଂ ସମଗ୍ର ଦେଶ ମଣଇପୁର ସହ ରହିଛି ବୋଲି ସେ କହିଛନ୍ତି ।

ଦେଶର 140 କୋଟି ଜନାତାଙ୍କୁ ସ୍ବାଧୀନତା ଦିବସ ଅଭିନନ୍ଦନ ଜ୍ଞାପନ କରିବା ସହ ମୋଦି କହିଛନ୍ତି, ସମସ୍ତ ଦେଶବାସୀ ହେଉଛନ୍ତି ତାଙ୍କ ପରିବାରଜନ ।

LEAVE A REPLY

Please enter your comment!
Please enter your name here