ଇଏ ଜଣେ ଇଞ୍ଜିନିୟର । ଘର ଭୁବନେଶ୍ୱର ନିଳାଦ୍ରୀବିହାର ଅଞ୍ଚଳରେ । ପୁରୀ ବଡ ଦାଣ୍ଡରେ ପ୍ରତ୍ୟକ ଦିନ ଭିକ ମାଗନ୍ତି ଚଳନ୍ତି । ହେଲେ କାଲି ଜଣାପଡିଛି ଏ ହେଉଛନ୍ତି ଜଣେ ବିଟେକ୍ ଇଞ୍ଜିନିୟର ବୋଲି । ଘଟଣାଟି ଏମିତି । ଜଣେ ରିକ୍ସା ବାଲା ତାଙ୍କ ଆଗରେ ଗାଡି ରଖିବାକୁ ନେଇ କାଲି ଆରମ୍ଭ ହୋଇଥିଲା ବିବାଦ । କଥା ହାତାହାତି ଯାଏ ଯାଇଥିଲା । ଆଉ ଶେଷରେ ଥାନାକୁ ଯାଇଥିଲେ ଏହି ଭିକାରୀ । ସେଠି ପୋଲିସ ପାଖରେ ଏଫଆଇଆର ଲେଖିଥିଲେ ପୁରା ଇଂଲିସରେ । ଯାହାକୁ ଦେଖି ସମସ୍ତେ ତାଜୁବ ହୋଇଯାଇଥିଲେ । ଆଉ ସେଇଠୁ ଜଣାପଡିଥିଲା ଭିକାରୀ ଜଣକ ଇଞ୍ଜିନିୟର । ହେଲେ କାହିଁକି ଭିକ ମାଗୁଛନ୍ତି ବୋଲି ପଚାରିବାରୁ ସେ କହିଥିଲେ ଅଜାଗା ଘା ଦେଖେଇ ହୁଏନି କି କହି ହୁଏନି ।