ଦୁଇଦିନିଆ ଓଡିଶା ଗସ୍ତରେ ଆସି ରାଷ୍ଟ୍ରପତି ଦ୍ରୌପଦୀ ମୁୁୁ୍ର୍ମୁ ଭୁବନେଶ୍ବରରେ ପହଞ୍ଚିବା ପରେ ବିମାନବନ୍ଦରରେ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଛି । ବିମାନବନ୍ଦରରୁ ରାଷ୍ଟ୍ରପତିଙ୍କୁ କଡା ସୁରକ୍ଷା ଭିତରେ ଉତ୍କଳ ମଣ୍ଡପକୁ ନିଆଯାଇଥିଲା । ସେଠାରେ ଜ୍ଞାନପ୍ରଭା ମିଶନର ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ରାଷ୍ଟ୍ରପତି ।
ଜ୍ଞାନପ୍ରଭା ମିଶନର ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ଯୋଗଦେଇ ରାଷ୍ଟ୍ରପତି ଶ୍ରୀମତି ମୁର୍ମୁ କହିଛନ୍ତି, ଆତ୍ମିକ ଶୁଦ୍ଧି ପାଇଁ ଯୋଗ, ଧ୍ୟାନ କରିବାର ଆବଶ୍ୟକ ରହିଛି । ମାତୃ କରୁଣା ମଣିଷକୁ ଅସାଧାରଣ କରିଦିଏ । ତେଣୁ ମାତୃଶକ୍ତିକୁ ସମସ୍ତେ ସମ୍ମାନ ଦେବା ଉଚିତ । ଜ୍ଞାନପ୍ରଭା ମିଶନ ଏ ଦିଗରେ କାର୍ଯ୍ୟ କରୁଥିବା ଜାଣି ଖୁସି ବ୍ୟକ୍ତ କରିଛନ୍ତି ରାଷ୍ଟ୍ରପତି ।
ଆଜି ଅପରାହ୍ନରେ ସେ ରମାଦେବୀ ବିଶ୍ବବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗଦେବେ ।
ଆସନ୍ତାକାଲି ସକାଳେ ଶ୍ରୀଲିଙ୍ଗରାଜଙ୍କୁ ଦର୍ଶନ କରିବା ପରେ କଟକ ସ୍ଥିତ ନ୍ୟାସନାଲ ରାଇସ ରିସର୍ଚ୍ଚ ସେଣ୍ଟରରେ ଦ୍ବିତୀୟ ନ୍ୟାସନାଲ ରାଇସ କଂଗ୍ରେସକୁ ଉଦଘାଟନ କରିବେ । ଆସନ୍ତାକାଲି ରାଷ୍ଟ୍ରପତି ନୂଆଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ରହିଛି ।

LEAVE A REPLY

Please enter your comment!
Please enter your name here