ଆଉ ୨ ସପ୍ତାହ ବଢିଲା ଲକ୍ ଡାଉନ୍ । ମେ ୪ରୁ ଆଉ ୨ ସପ୍ତାହ ଲକ୍ ଡାଉନ୍ ବଢିଲା । ୨ ସପ୍ତାହ ଲକ୍ ଡାଉନ୍ ବୃଦ୍ଧି ନେଇ ଗୃହ ମନ୍ତ୍ରାଳୟର ବିଗ୍ୟପ୍ତି । ଲକ୍ ଡାଉନ୍ ବୃଦ୍ଧି ସହ ନୂଆ ଗାଇଡ ଲାଇନ ଇସ୍ୟୁ କଲା ମନ୍ତ୍ରାଳୟ । ରେଳ, ବିମାନ ସେବା ବନ୍ଦ ରହିବ । ସ୍କୁଲ, କଲେଜ ଓ କୋଚିଂ ସେଣ୍ଟର ମଧ୍ୟ ବନ୍ଦ ରହିବ । ଧର୍ମାନୁଷ୍ଠାନକୁ ସର୍ବସାଧାରଣଙ୍କ ପ୍ରବେଶ ଉପରେ କଟକଣା ବଳବତ୍ତର ରହିବ । ସିନେମାହଲ୍, ମଲ୍, ହୋଟେଲ, ରେଷ୍ଟୁରାଣ୍ଟ, ମାର୍କେଟ କଂପ୍ଲେକ୍ସ ବନ୍ଦ ରହିବ । ସେଲୁନ ଓ ସ୍ପା ବନ୍ଦ ରହିବ । ଗ୍ରୀନ ଓ ଅରେଞ୍ଜ ଜୋନରେ କଟକଣା କୋହଳ ହେବ । ଗ୍ରୀନ ଜୋନରେ ପଚାଶ ପ୍ରତିଶତ ଯାତ୍ରୀଙ୍କୁ ନେଇ ବସ୍ ଚାଲି ପାରିବ । ତେବେ ରେଡ୍ ଜୋନରେ ଅଟୋ, କ୍ୟାବ, ବସ୍ ଚାଲି ପାରିବ ନାହିଁ ।

LEAVE A REPLY

Please enter your comment!
Please enter your name here