ଓଡିଶାରେ ବ୍ୟାନ ହେବ ପଲିଥିନ । ଏନେଇ ରାଜ୍ୟ ସଚିବାଳୟରେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅକ୍ଟୋବର 2 ତାରିଖରେ ଏହା ଲାଗୁ ହେବ । ପ୍ରଥମେ ସହରାଞ୍ଚଳ ଓ ପରେ ରାଜ୍ୟବ୍ୟାପୀ ପଲିଥିନ ବନ୍ଦ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ପଲିଥିନ କବଳରୁ ପରିବେଶକୁ ସୁରକ୍ଷିତ ରଖିବା ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ । ପୂର୍ବରୁ ମହାରାଷ୍ଟ୍ର ଓ ଉତ୍ତରପ୍ରଦେଶ ଭଳି ରାଜ୍ୟରେ ପଲିଥିନ ବ୍ୟାନ ହୋଇସାରିଥିବା ବେଳେ ଏବେ ଓଡିଶାରେ ଏହାର ବ୍ୟବହାର ଉପରେ କଟକଣା ଲାଗିବ । ଆଗାମୀ 2 ବର୍ଷ ଭିତରେ ପଲିଥିନ ସଂପୂର୍ଣ୍ଣ ଭାବେ ବନ୍ଦ କରିବାକୁ ଯୋଜନା ହୋଇଛି ।

LEAVE A REPLY

Please enter your comment!
Please enter your name here