ଚିନ୍ତା ବଢାଇଲା ସମ୍ଭାବ୍ୟ ବାତ୍ୟା । ଦାନା ବାନ୍ଧୁଛି ବାତ୍ୟା । ଆସନ୍ତାକାଲି ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ଘନୀଭୂତ ହୋଇ ବାତ୍ୟା ରୂପ ନେବା ସମ୍ଭାବନା ରହିଛି । ପାଣିପାଗ ବିଶେଷଗ୍ୟଙ୍କ ପୂର୍ବାନୁମାନ, ଆସନ୍ତା ୪ କିମ୍ବା ୫ ତାରିଖ ବେଳକୁ ସମ୍ଭାବ୍ୟ ବାତ୍ୟା ଉପକୂଳ ଛୁଇଁବ । ଏହା ଆନ୍ଧ୍ରକୁ ଯିବା ସମ୍ଭାବନା ଅଧିକ ଥିବାବେଳେ ଦିଗ ବଦଳାଇ ଓଡିଶା ଆସିବା ଆଶଙ୍କାକୁ ମଧ୍ୟ ଏଡାଇ ଦିଆଯାଇନପାରେ । ତେବେ ୩ ତାରିଖରୁ ଓଡିଶାରେ ପାଗ ବଦଳିବା ସହିତ ବର୍ଷା ଆରମ୍ଭ ହେବ । ସେପଟେ ଲଗାଣ ବର୍ଷା ହେବା ନେଇ ଚିନ୍ତାରେ ଚାଷୀ । ବିଲରେ ଏବେ ପାଚିଲା ଧାନ ହୋଇଛି । ଆଉ ୮ କି ୧୦ ଦିନରେ ଅମଳ ହୋଇଥାନ୍ତା । ବର୍ଷା ସହ ପବନ ହେଲେ ନଷ୍ଟ ହୋଇଯିବ ଫସଲ । ଏନେଇ ଆଗୁଆ ଜିଲ୍ଲାପାଳଙ୍କୁ ସତର୍କ କରାଇଛନ୍ତି ଏସଆରସି । ଆଇଏମଡି କହିଛି ୩୦ ତାରିଖରେ ଆଣ୍ଡାମାନସାଗରରେ ଲଘୁଚାପ ସୃଷ୍ଟି ହେବ । ଡିସେମ୍ବର ୨ ତାରିଖରେ ହେବ ଡିପ୍ରେସନ । ୩ରେ ରାଜ୍ୟରେ ବର୍ଷା ହେବ । ଲଘୁଚାପ ସୃଷ୍ଟି ହେଲେ ଜଣାପଡିବ ଗତିପଥ ।