ହଙ୍ଗାମା ମଧ୍ୟରେ ଲୋକସଭାରେ ପାରିତ ହେଲା ବିବାଦୀୟ ୩ କୃଷି ଆଇନ ଉଚ୍ଛେଦ ବିଲ୍ । ପ୍ରବଳ ହଟ୍ଟଗୋଳ ମଧ୍ୟରେ ପାରିତ ହୋଇଛି ଉଚ୍ଛେଦ ବିଲ୍ । କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ତିନି କୃଷି ଆଇନ ଉଚ୍ଛେଦ ବିଲ୍ ଗୃହରେ ଆଗତ କରିବା ପରେ ଗୃହରେ ଆରମ୍ଭ ହୋଇଥିଲା ହଟ୍ଟଗୋଳ । ସବୁ ବିରୋଧୀ ଦଳ ଏକଜୁଟ ହୋଇ ସରକାରଙ୍କ ବିରୋଧରେ ନାରାବାଜି ଦେଇଥିଲେ । ବିଲ୍ ଉପରେ ଆଲୋଚନା କରିବା ପାଇଁ ଦାବି କରିଥିଲେ ବିରୋଧୀ । ବିଲ୍ ସଂପର୍କରେ ଆଲୋଚନା ପ୍ରସ୍ତାବକୁ ଅଗ୍ରାହ୍ୟ କରିଦେଇଥିଲେ ବାଚସ୍ପତି । କଂଗ୍ରେସ, ତୃଣମୂଳ ସହ ବିରୋଧୀ ଦଳ ଚର୍ଚ୍ଚା ଦାବି କରିଥିଲେ । ଚର୍ଚ୍ଚା ଆବେଦନ ଅଗ୍ରାହ୍ୟ ହେବାରୁ ହୋହଲ୍ଲା କରିଥିଲେ ବିରୋଧୀ । ବାଚନିକ ଭୋଟରେ ବିଲ୍ ପାରିତ ହେଲା ବୋଲି ବାଚସ୍ପତ୍ତି ଘୋଷଣା କରିଥିଲେ । ହଟ୍ଟଗୋଳ ଲାଗି ରହିବାରୁ ଲୋକସଭାକୁ ଦିନ ୨ଟା ପର୍ଯ୍ୟନ୍ତ ମୁଲତବି କରିଛନ୍ତି ବାଚସ୍ପତ୍ତି ।

ଲୋକସଭାରେ ତିନି କୃଷି ଆଇନ ଉଚ୍ଛେଦ ବିଲ୍ ପାରିତ ହେବାର କିଛି ସମୟ ପରେ ରାଜ୍ୟସଭାରେ ମଧ୍ୟ ଏହା ପାରିତ ହୋଇଛି । ବିଲ୍ ଉପରେ ଆଲୋଚନା ପାଇଁ ଦାବି କରିଥିଲେ ବିରୋଧୀ । କିନ୍ତୁ ପ୍ରବଳ ହଟ୍ଟଗୋଳ ଓ ନାରାବାଜି ଭିତରେ ତିନି କୃଷି ଆଇନ ଉଚ୍ଛେଦ ବିଲ୍ ପାରିତ ହେଲା ବୋଲି ବାଚସ୍ପତି ଘୋଷଣା କରିଥିଲେ ।

LEAVE A REPLY

Please enter your comment!
Please enter your name here