ବଢୁଥିବା ପେଟ୍ରୋଲ , ଡିଜେଲ ଦରକୁ ନେଇ ପତିକ୍ରୀୟା ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରାଜ୍ୟ ସରକାରଙ୍କୁ ତେଲରୁ ଭାଟ ହ୍ରାସ କରିବାକୁ ଅପିଲ କରିଛନ୍ତି । ଆଜି ରାଜ୍ୟର ସବୁ ମୁଖ୍ୟମନ୍ତ୍ରୀଙ୍କ ସହ ଭର୍ଚୁଆଲି ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ । କିଛି ରାଜ୍ୟରେ ପେଟ୍ରୋଲ , ଡିଜେଲ ଦାମ୍ ଅନ୍ୟ ରାଜ୍ୟଠାରୁ ଅଧିକ ଅଛି । କେନ୍ଦ୍ର ଏକ୍ସସାଇଜ୍ ଡ୍ୟୁଟି ହ୍ରାସ କରିବା ପରେ ରାଜ୍ୟମାନଙ୍କୁ ଟ୍ୟାକ୍ସ ହ୍ରାସ ପାଇଁ ନଭେମ୍ବର ମାସରେ କେନ୍ଦ୍ର ସରକାରଙ୍କ ତରଫରୁ କୁହାଯାଇଥିଲା । କିଛି ରାଜ୍ୟ ହ୍ରାସ କଲେ , କିଛି ରାଜ୍ୟ ହ୍ରାସ କଲେନି । ଫଳରେ ୬ମାସ ହେବ ଲୋକେ ଅସୁବିଧା ଭୋଗୁଛନ୍ତି । ଭାଟ ହ୍ରାସ କରି ନିଜ ରାଜ୍ୟବାସୀଙ୍କୁ ସୁବିଧା ଦିଅନ୍ତୁ ରାଜ୍ୟ ସରକାର ବୋଲି ଅପିଲ କରିଛନ୍ତି ମୋଦି । ଭାଟ୍ କାଟିଥିବା କିଛି ରାଜ୍ୟ ଓ କାଟିନଥିବା ରାଜ୍ୟର ଉଦାହରଣ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ମହାରାଷ୍ଟ୍ର, କେରଳ, ତେଲେଙ୍ଗାନା, ପଶ୍ଚିମବଙ୍ଗ ଭଳି ରାଜ୍ୟରେ ଭାଟ୍ ଅଧିକ ରହିଛି । ଏହି ସବୁ ରାଜ୍ୟରେ ଲୋକମାନଙ୍କୁ ଭାଟ୍ ବୋଝ ଭାରି ପଡୁଛି । ଉତ୍ତରପ୍ରଦେଶ, ଗୁଜରାଟ, କର୍ଣ୍ଣାଟକ, ବିହାର ଭଳି ରାଜ୍ୟରେ ଭାଟ୍ କମ ଥିବାବେଳେ ଏହାର ପଡିଶା ରାଜ୍ୟରେ ଦର ବହୁ ଅଧିକ ରହିଛି । ସେହିଭଳି ମୁମ୍ବାଇ ଏବଂ ଡାମନର ଉଦାହରଣ ଦେଇଛନ୍ତି ମୋଦି । ମୁମ୍ବାଇରେ ପେଟ୍ରୋଲ ୧୨୦ ଟଙ୍କା ଥିବାବେଳେ ଡାମନରେ ୧୦୨ ଟଙ୍କା ରହିଛି ଦର । ଗତ ୬ ମାସରେ ଯାହା ରାଜସ୍ୱ ବଢିଛି ସେ ସବୁ ରାଜ୍ୟର କଲ୍ୟାଣରେ ଖର୍ଚ୍ଚ ହେଉ ।

LEAVE A REPLY

Please enter your comment!
Please enter your name here