ରାଜ୍ୟ ବିଜେପିର ସଭାପତି ହେଲେ ମନମୋହନ ସାମଲ । ସମୀର ମହାନ୍ତିଙ୍କ ସ୍ଥାନରେ ମନମୋହନଙ୍କୁ ନୂଆ ନିଯୁକ୍ତି ଦେଇଛନ୍ତି ଦଳର ରାଷ୍ଟ୍ରୀୟ ସଭାପତି ଜେ.ପି. ନଡ୍ଡା । ପୂର୍ବରୁ ମନମୋହନ ରାଜ୍ୟ ବିଜେପିର ଦୁଇଥର ସଭାପତି ରହିଛନ୍ତି । 2004 ରୁ 2009 ପର୍ଯ୍ୟନ୍ତ ସେ ରାଜ୍ୟରେ ବିଜେଡି-ବିଜେପି ମେଣ୍ଟ ସରକାରରେ ଗୁରୁତ୍ବପୂର୍ଣ୍ଣ ମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଥିଲେ । ନିକଟରେ ଧାମନଗର ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜଙ୍କୁ ଜିତାଇବାରେ ମନମୋହନ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ।
2024 ସାଧାରଣ ନିର୍ବାଚନରେ ବିଜେପି ମନମୋହନ ସାମଲଙ୍କ ନେତୃତ୍ବରେ ନିର୍ବାଚନ ଲଢିବା ସ୍ଥିର ହୋଇଛି ।
ପୁଣି ଥରେ ରାଜ୍ୟ ବିଜେପିର ନେତୃତ୍ବ ଦାୟିତ୍ବ ମିଳିବା ପରେ ମନମୋହନ କହିଛନ୍ତି, ରାଜ୍ୟରେ ଭ୍ରଷ୍ଟାଚାର ଚାଲିଛି । ଦୁର୍ନୀତିରେ ବୁଡି ରହିଛନ୍ତି ରାଜ୍ୟ ସରକାର । ଲୋକେ ବିକଳ୍ପ ଅପେକ୍ଷାରେ ଅଛନ୍ତି ଏବଂ ଆମେ ସେହି ବିକଳ୍ପ ହେବୁ ବୋଲି କହିଛନ୍ତି ମନମୋହନ ।