ପେଟ୍ରୋଲ , ଡିଜେଲ ଦର ବୃଦ୍ଧି ପ୍ରତିବାଦରେ ଦେଶର ଅନ୍ୟ ସହର ପରି ବିହାରର ଜହନାବାଦରେ ବି ବିରୋଧି ଭାରତ ବନ୍ଦରେ ସାମିଲ ହୋଇଯାଇଥିଲେ । ଟାୟାର ଜାଳି ରାସ୍ତା ଅବରୋଧ କରାଯାଇଥିଲା । ସାଧାରଣ ଜୀବନ ଯାତ୍ରା ଠପ୍ ହୋଇଯାଇଥିଲା । ତୈଳ ଦର ବୃଦ୍ଧିକୁ ନେଇ ପ୍ରତିବାଦର ନିଆଁ ଜଳୁଥିବାବେଳେ ଗୋଟିଏ ୨ ବର୍ଷର ଶିଶୁ ଆମ୍ବୁଲାନ୍ସ ଭିତରେ ମୃତ୍ୟୁ ସହ ସଂଗ୍ରାମ କରୁଥିଲା । ଭାରତ ବନ୍ଦ ପାଳନ ବେଳେ ଆମ୍ବୁଲାନ୍ସ ଭଳି ଜରୁରୀକାଳିନ ସେବାରେ କୌଣସି ବ୍ୟାଘାତ ସୃଷ୍ଟି ହେବ ନାହିଁ ବୋଲି ଆମ ନେତାମାନେ ସଫେଇ ଦେଉଥିଲେ ମଧ୍ୟ ଜହନାବାଦ ପରି ଘଟଣାରେ ତାହା ଭୁଲ ପ୍ରମାଣିତ ହେଲା । ବନ୍ଦ ସମର୍ଥକଙ୍କ ଯୋଗୁଁ ଠିକଣା ସମୟରେ ଆମ୍ବୁଲାନ୍ସ ଡାକ୍ତରଖାନାରେ ପହଁଞ୍ଚି ପାରିଲା ନାହିଁ । ଶେଷରେ ୨ ବର୍ଷର ଶିଶୁଟି ଆଖି ବୁଜିଦେଲା । ଶିଶୁଟିର ବାପ ମା ଏଥିପାଇଁ ବନ୍ଦ ସମର୍ଥକ ମାନଙ୍କୁ ଦାୟୀ କରିଛନ୍ତି । ଯଦି ଆମ୍ବୁଲାନ୍ସ ଠିକ୍ ସମୟରେ ଡାକ୍ତରଖାନାରେ ପହଁଞ୍ଚି ପାରଥାନ୍ତା ହୁଏତ ଶିଶୁଟିର ଜୀବନ ବଞ୍ଚି ଯାଇଥାନ୍ତା ।
ଏହି ଘଟଣାକୁ ନେଇ ବିଜେପି ବନ୍ଦ ଡାକରା ଦେଇଥିବା କଂଗ୍ରେସ ପ୍ରତି କଟାକ୍ଷ କରିଛି । ଶିଶୁ ମୃତ୍ୟୁର ଦୋଷ ଏଆଇସିସି ସଭାପତି ରାହୁଲ ଗାନ୍ଧୀ ନିଜ ମୁଣ୍ଡକୁ ନେବେ ବୋଲି ବିଜେପି ପ୍ରଶ୍ନ କରିଛି ।

LEAVE A REPLY

Please enter your comment!
Please enter your name here