ସୋମବାର ବିଧାନସଭା ଆରମ୍ଭରୁ ଗୃହରେ ତେଲ ତାତି । ବିଧାନସଭା ଆରମ୍ଭ ହେବା ମାତ୍ରେ କଂଗ୍ରେସ ବିଧାୟକମାନେ ତୈଳଦର ବୃଦ୍ଧି ପ୍ରତିବାଦରେ ବିଭିନ୍ନ ସ୍ଲୋଗାନ ଦେଇଥିଲେ । କଂଗ୍ରେସ ସଦସ୍ୟଙ୍କ ହୋ ହାଲ୍ଲା ଯୋଗୁଁ ବିଧାନସଭା କାର୍ଯ୍ୟ ପରିଚାଳନା ସମ୍ଭବ ନ ହେବାରୁ ବାଚସ୍ପତି ବିଧାନସଭାକୁ ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବୀ ରଖିଛନ୍ତି ।
ସୁଚନାଅନୁସାରେ ଭାରତ ବନ୍ଦକୁ ସମ୍ମାନ ଜଣାଇ ବିଧାନସଭା ସମ୍ମୁଖରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱରେ କଂଗ୍ରେସ ବିକ୍ଷୋଭ ପ୍ରଦର୍ଶନ କରିଥିଲା । ଶ୍ରୀ ପଟ୍ଟନାୟକ ସହକର୍ମୀଙ୍କ ସହ ବିଧାନସଭା ସମ୍ମୁଖରେ ବସି ରହି କେନ୍ଦ୍ର ସରକାରଙ୍କ ବିରୋଧରେ ନାରାବାଜି କରୁଥିବା ଦେଖିବାକୁ ମିଳିଥିଲା । କଡା ସୁରକ୍ଷା ମଧ୍ୟରେ ବାଚସ୍ପତି ପ୍ରଦିପ ଅମାତଙ୍କୁ ବିଧାନସଭା ଗୃହକୁ ଅଣାଯାଇଥିଲା । ଗାଡି ଚଳାଚଳ ବନ୍ଦ ଥିବାରୁ କେତେକ ବିଧାୟକ ଚାଲିଚାଲି ଗୃହରେ ଆସି ପହଁଞ୍ଚିଥିବାର ଦେଖାଯାଇଥିଲା ।

LEAVE A REPLY

Please enter your comment!
Please enter your name here