କାଏମ ରହିଲା ଓଡିଶା ଆଡମିନିଷ୍ଟ୍ରେଟିଭ୍ ଟ୍ରିବ୍ୟୁନାଲ ବା ସ୍ୟାଟ ଉଚ୍ଛେଦ ନିଷ୍ପତ୍ତି । ସ୍ୟାଟ ଉଚ୍ଛେଦ ନେଇ ପୂର୍ବରୁ ହାଇକୋର୍ଟ ଦେଇଥିବା ନିର୍ଦ୍ଦେଶକୁ କାଏମ ରଖିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ସୁପ୍ରିମକୋର୍ଟ ପ୍ରଧାନବିଚାରପତି ଜଷ୍ଟିସ୍ ଡି ୱାଇ ଚନ୍ଦ୍ରଚୂଡ ଓ ଜଷ୍ଟିସ୍ ହିମା କୋହଲିଙ୍କୁ ନେଇ ଗଠିତ ଖଣ୍ଡପୀଠ ସ୍ପଷ୍ଟ ଭାବେ ଦର୍ଶାଇଛନ୍ତି । ସମ୍ବିଧାନର ଧାରା ୩୨୩ ଏ ଅନୁସାରେ, କେନ୍ଦ୍ର ସରକାର , ରାଜ୍ୟ ପ୍ରଶାସନିକ ଟ୍ରାଗୁନାଲ ରଦ୍ଦ କରିବାକୁ ବାରଣ କରେନାହିଁ । ସ୍ୟାଟ ଉଚ୍ଛେଦ ନେଇ ଗତ ୨୦୧୯ ରେ ବିଗ୍ୟପ୍ତି ଜାରି କରିଥିଲା କେନ୍ଦ୍ର । ଯେଉଁ ନିଷ୍ପତ୍ତିକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲା ସ୍ୟାଟ୍ ବାର୍ । ସେତେବେଳେ ମଧ୍ୟ ସ୍ୟାଟ ଉଚ୍ଛେଦ ନେଇ କେନ୍ଦ୍ରର କ୍ଷମତା ଥିବା କହିଥିଲେ ଉଚ୍ଚ ନ୍ୟାୟାଳୟ । ହାଇକୋର୍ଟଙ୍କ ଏହି ରାୟ ବିରୋଧରେ ସୁପ୍ରିମକୋର୍ଟ ଯାଇଥିଲା ସ୍ୟାଟ୍ ବାର । ସୁପ୍ରିମକୋର୍ଟ ୨୦୨୨ରେ ମାମଲାର ଶୁଣାଣି ସାରି ରାୟ ସଂରକ୍ଷିତ ରଖିଥିଲେ ।

LEAVE A REPLY

Please enter your comment!
Please enter your name here