ଉପରମୁଣ୍ଡରେ ଲଗାଣ ବର୍ଷାଯ଼ୋଗୁ ରାଜ୍ୟରେ ବିଭିନ୍ନ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି I ଅନେକସ୍ଥାନରେ ମହାନଦୀ ଓ ଏହାର ଶାଖା ନଦୀ ବିପଦ ସଙ୍କେତ ଉପର ଦେଇ ପ୍ରବାହିତ ହେଉଥିବାରୁ ଅନେକ ଗାଁ ଜଳମଗ୍ନ ହୋଇଛି I ବନ୍ୟା ପରିସ୍ଥିତି ପାଇଁ ଏସଆରସିଙ୍କ ପକ୍ଷରୁ 10ଟି ଜିଲ୍ଲାକୁ ହାଇଆଲର୍ଟ ଜାରି କରାଯ଼ାଇଛି I କଟକ ଜିଲ୍ଲାର ବାଙ୍କୀ, ଆଠଗଡ, ତିଗିରିଆ ପ୍ରଭୃତି ଅଞ୍ଚଳରେ ବନ୍ୟା ସ୍ଥିତି ଭୟଙ୍କର ରୂପ ଧାରଣ କରିଛି I ଅନେକ ଗାଁରେ ବନ୍ୟା ଜଳ ପଶିଥିବାରୁ ଲୋକେ ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି I ମୁଣ୍ଡଳୀରେ ଗତକାଲି 12 ଲକ୍ଷରୁ ଅଧିକ କ୍ୟୁସେକ ପାଣି ପ୍ରବାହିତ ହେଉଥିବା ବେଳେ ଆଜି ସେଠାରେ ଜଳସ୍ତର କମିବାରେ ଲାଗିଛି I ଆସନ୍ତାକାଲିକୁ ଏହା 10 ଲକ୍ଷ କ୍ୟୁସେକକୁ ହ୍ରାସ ପାଇବ ବୋଲି ଆଶା କରାଯ଼ାଉଛି I ତେବେ 40ଟି ଗେଟ୍ ଦେଇ ହୀରାକୁଦରୁ ଜଲ ନିଷ୍କାସିତ ହେଉଥିବାରୁ ମହାନଦୀ ଅବବାହିକାରେ ବନ୍ୟାର ଭଯଙ୍କର ପ୍ରଭାବ ଆହୁରି 24 ବଳବତ୍ତର ରହିବ ବୋଲି କୁହାଯ଼ାଉଛି I
ବନ୍ୟା ପାଣି ଆସିବା ଯ଼ୋଗୁ ଖୋର୍ଦ୍ଧା ଜିଲ୍ଲା ବାଘମାରୀ ସାରୁଅ ରାସ୍ତାରେ ଯ଼ାତାୟତ ବାଧାପ୍ରାପ୍ତ ହୋଇଛି I ପୁରୀ ଜିଲ୍ଲାରେ କୁଶଭଦ୍ରା ଓ ଦଯା ନଦୀରେ ଘାଇ ହୋଇଥିବା ଯ଼ୋଗୁ ତଳି ଅଞ୍ଚଳ ଜଳମଗ୍ନ ହୋଇଛି I ପାରାଦୀପ ତେରମାଣପୁର ଠାରେ 50 ଫୁଟର ଘାଇ ହେବା ଯ଼ୋଗୁ ତଳିଅଞ୍ଚଳ ଜଳମଗ୍ନ ହୋଇଛି I କଟକ, ଜଗତସିଂହପୁର, କେନ୍ଦ୍ରାପଡାରେ ବନ୍ୟା ସ୍ଥିତି ଜଟିଳ ହୋଇଛି I ସେହିପରି ବୈତରଣୀ ନଦୀରେ ବନ୍ୟା ପରିସ୍ଥିତି ଆଶଙ୍କା ଥିବା ଏସଆରସି ସୂଚନା ଦେଇଛନ୍ତି I ଆକୁ ଆଉଗୋଟେ ଲଘୁଚାପ ବର୍ଷା ଆସୁଥିବାରୁ ବୈତରଣୀ କୂଳବର୍ତ୍ତୀ ଗାଁଗୁଡିକରେ ଲୋକେ ସତର୍କ ରହିବାକୁ ପରାମର୍ଶ ଦିଆଯ଼ାଇଛି

LEAVE A REPLY

Please enter your comment!
Please enter your name here